Odiapua.com

ଆଉ ଏକ ସମ୍ମାନ: ଏଥର ଆମେରିକାରେ ସମ୍ମାନୀତ ହେବେ ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିବ ଆଉ ଏକ ସମ୍ମାନ।ଆଉ ଏକ ଦେଶରେ ମୋଦୀ ସମ୍ମାନୀତ ହେବାକୁ ଯାଉଛନ୍ତି।ଏଥର ଆମେରିକାରେ ସମ୍ମାନୀତ ହେବେ ମୋଦୀ।ବିଲ୍ ଏବଂ ମେଲିଂଡା ଗେଟ୍ସ ଫାଉଣ୍ଡେସନ (ବିଏମଜିଏଫ) ପକ୍ଷରୁ “ସ୍ୱଚ୍ଛ ଭାରତ ଅଭିଯାନ” ପାଇଁ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନୀତ କରାଯିବ।ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ତାଙ୍କୁ ସମ୍ମାନୀତ କରାଯିବ।ପିଏମଓର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂ ଏ’ନେଇ ସୂଚନା ଦେଇଛନ୍ତି।ଜିତେନ୍ଦ୍ର ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟମୀ ଏବଂ ନୂଆ ପ୍ରୟୋଗକୁ ଦୁନିଆ ସାରା ପ୍ରଶଂସା କରାଯାଉଛି।ଜିତେନ୍ଦ୍ର ସିଂ ଟ୍ୱିଟ କରିଛନ୍ତି, “ଆଉ ଏକ ସମ୍ମାନ ମିଳିବ।ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ଆଉ ଏକ ଘଡ଼ି ହେବାକୁ ଯାଉଛି”।ନିକଟରେ ୟୁଏଇ ଗସ୍ତ ସମୟରେ ମୋଦୀଙ୍କୁ ୟୁଏଇର ସର୍ବୋଚ୍ଚ ନାଗରୀକ ସମ୍ମାନ “ଅର୍ଡର ଅଫ ଜାୟଦ” ଦ୍ୱାରା ସମ୍ମାନୀତ କରାଯାଇଥିଲା।ଏବଂ ଆଉ କିଛି ଦେଶ ମଧ୍ୟ ମୋଦୀଙ୍କୁ ସମ୍ମାନୀତ କରି ସାରିଛନ୍ତି।ସୂଚନାଯୋଗ୍ୟ, ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୪ରେ “ସ୍ୱଚ୍ଛ ଭାରତ ଅଭିଯାନ” ଆରମ୍ଭ କରିଥିଲେ।ଏହି ଅଭିଯାନରେ ଘରେ ଘରେ ତଥା ସାର୍ବଜନୀନ ସ୍ଥାନରେ ଶୌଚାଳୟ ନିର୍ମାଣ ଏବଂ ସଫେଇ ଅଭିଯାନ କାର୍ଯ୍ୟ ଆରମ୍ଭ କରାଯାଇଥିଲା।//ଦେବଦତ୍ତ ରଥ

ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !

ମୋଦୀଙ୍କୁ ସର୍ବୋଚ୍ଚ ନାଗରୀକ; ଇମ୍ରାନଙ୍କୁ ଶ୍ରେଷ୍ଠ ଡ୍ରାଇଭର ସମ୍ମାନ!