Home ଓଡ଼ିଶା ୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦେବାକୁ ଯାଉଛନ୍ତି ଏକ ବଡ ଉପହାର –...

୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦେବାକୁ ଯାଉଛନ୍ତି ଏକ ବଡ ଉପହାର – ଜାଣନ୍ତୁ କ’ଣ ମିଳିବ ଆପଣଙ୍କୁ

453

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ୧୫ ଅଗଷ୍ଟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଦେବାକୁ ଯାଉଛନ୍ତି ଏକ ବଡ ଉପହାର। ପ୍ରଧାନମନ୍ତ୍ରୀ ମୋଦୀ, ଅଗଷ୍ଟ ୧୫ ରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (NDHM) ଘୋଷଣା କରିପାରନ୍ତି।

– NDHM ଅଧୀନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପରିଚୟ (Personal Health ID) ସୃଷ୍ଟି କରାଯିବ।
– ପ୍ରତ୍ୟେକ ନାଗରିକଙ୍କ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଇଜେସନ୍ ହେବ ଏବଂ ଏଥିରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ରହିବ।

ପ୍ରକାଶିତ ଖବର ଅନୁଯାୟୀ, ଏହି ଯୋଜନା ପାଇଁ ପ୍ରସ୍ତାବ କ୍ୟାବିନେଟରୁ ଅନୁମୋଦନ ଲାଭ କରିଛି ଏବଂ ଏହି ସପ୍ତାହ ଶେଷ ସୁଦ୍ଧା ଚୂଡ଼ାନ୍ତ ଅନୁମୋଦନ ମିଳିପାରେ।

ଏହି ଯୋଜନାର ବଶିଷ୍ଠ୍ୟ କ’ଣ ଜାଣନ୍ତୁ –
ଚାରୋଟି ବୈଶିଷ୍ଟ୍ୟ ସହିତ ଏହି ଯୋଜନା ଆରମ୍ଭ ହେବ।

– ସ୍ୱାସ୍ଥ୍ୟ ପରିଚୟ ପତ୍ର (Health ID)
– ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରେକର୍ଡ (Personal Health Record)
– ଡିଜି ଡାକ୍ତର (DG Doctor)
– ସ୍ୱାସ୍ଥ୍ୟ ସୁବିଧା ପଞ୍ଜିକରଣ (Health Facility Registry)

ଏହି ଯୋଜନାରେ ଇ-ଫାର୍ମାସି ଏବଂ ଟେଲି ମେଡିସିନ୍ ସେବା ମଧ୍ୟ ଅନ୍ତର୍ଭୁକ୍ତ ହେବ। ଏଥିପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି।

ଲୋକମାନେ ନିଜ ଇଚ୍ଛାରେ ଯୋଗଦାନ କରିପାରିବେ।

ଦେଶର ଯେକୌଣସି ନାଗରିକ ଏହି ଆପରେ ଯୋଗ ଦେଇ ପାରିବେ, କେହି ଚାପଗ୍ରସ୍ତ ହେବେ ନାହିଁ।

ସମ୍ପୃକ୍ତ ବ୍ୟକ୍ତିଙ୍କ ଅନୁମୋଦନ ପରେ ହିଁ ସ୍ୱାସ୍ଥ୍ୟ ରେକର୍ଡଗୁଡିକ ସେୟାର କରାଯିବ। ସେହିଭଳି, ଡାକ୍ତରଖାନା ଏବଂ ଡାକ୍ତରମାନଙ୍କୁ ଏହି ଆପ୍ ପାଇଁ ସବିଶେଷ ତଥ୍ୟ ପ୍ରଦାନ ଇଚ୍ଛାଧୀନ ହେବ, ଅର୍ଥାତ୍ ସେମାନେ ଚାହିଁଲେ ଯୋଗଦେଇପାରିବେ।

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଇନ୍ଦୁ ଭୂଷଣ କହିଛନ୍ତି ଯେ, NDHM କାର୍ଯ୍ୟକାରୀ ହେଲେ ସ୍ୱାସ୍ଥ୍ୟ ସେବାରେ ଦକ୍ଷତା, ସ୍ୱଚ୍ଛତା ବୃଦ୍ଧି ପାଇବ। ଏହି ଯୋଜନା ସହିତ ଭାରତ ମିଳିତ ଜାତିସଂଘର ଗ୍ଲୋବାଲ ହେଲଥ କଭରେଜର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିବ।

ଯୋଜନାର ଲକ୍ଷ୍ୟ :

– ସ୍ୱାସ୍ଥ୍ୟ ସେବାରେ ଦକ୍ଷତା, ସ୍ୱଚ୍ଛତା ବୃଦ୍ଧି ପାଇବ।

– ଏକ ଡିଜିଟାଲ୍ ହେଲ୍ଥ ସିଷ୍ଟମ୍ ସୃଷ୍ଟି କରିବା ଏବଂ ସ୍ୱାସ୍ଥ୍ୟ ତଥ୍ୟ ପରିଚାଳନା କରିବା।

– ସ୍ୱାସ୍ଥ୍ୟ ତଥ୍ୟ ସଂଗ୍ରହର ଗୁଣବତ୍ତା ଏବଂ ପ୍ରସାର ବୃଦ୍ଧି।

– ଏକ ପ୍ଲାଟଫର୍ମ ସୃଷ୍ଟି କରିବ, ଯେଉଁଠାରେ ସ୍ୱାସ୍ଥ୍ୟସେବା ତଥ୍ୟର ପାରସ୍ପରିକ ଉପଲବ୍ଧତା ରହିବ।

– ସମଗ୍ର ଦେଶ ପାଇଁ ଅପଡେଟେଡ୍ ଏବଂ ସଠିକ୍ ସ୍ୱାସ୍ଥ୍ୟ ପଞ୍ଜିକରଣ କରିବା।

ସୂଚନାଯୋଗ୍ୟଯେ, ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରୁଥିବା NHA ଏଥିପାଇଁ ଆପ୍ ଏବଂ ୱେବସାଇଟ୍ ପ୍ରସ୍ତୁତ କରୁଛି।

ଆୟୁଷ୍ମାନ ଭାରତ ପରେ ଏହି ଯୋଜନା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ପ୍ରମୁଖ ଯୋଜନା ଭାବରେ ଦେଖାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.