ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ବରିଷ୍ଠ ଆଇନଜ୍ଞ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମ ଜେଠମାଲାନୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି।
“ଶ୍ରୀ ରାମ ଜେଠମାଲାନୀ ଜୀଙ୍କ ବିୟୋଗରେ ଭାରତ ଜଣେ ଅସାଧାରଣ ଆଇନଜ୍ଞ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇଛି, ଯିଏକି ଉଭୟ ନ୍ୟାୟାଳୟ ଏବଂ ସଂସଦରେ ଉଚ୍ଚକୋଟ୍ଟୀର ଯୋଗଦାନ ଦେଇଛନ୍ତି। ସେ ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ ଓ ସାହସୀ ଥିଲେ ତଥା ଯେକୌଣସି ବିଷୟରେ ନିର୍ଭୀକତାର ସହ ମତ ବ୍ୟକ୍ତ କରିବାକୁ ସଙ୍କୋଚ କରୁନଥିଲେ।
ଶ୍ରୀ ରାମ ଜେଠମାଲାନୀଙ୍କ ସବୁଠାରୁ ଭଲ ଦିଗ ଥିଲା ସେ ଖୋଲାଖୋଲି ଭାବରେ ତାଙ୍କ ମତ ପ୍ରକାଶ କରୁଥିଲେ। ଖୁବ ନିର୍ଭୀକତାର ସହ ସେ ଏହା କରୁଥିଲେ। ଜରୁରିକାଳୀନ ପରିସ୍ଥିତିର କଳା ଦିନଗୁଡ଼ିକରେ ଜନସାଧାରଣଙ୍କ ସ୍ୱାଧୀନତା ପାଇଁ ସାହସ ଓ ଦୃଢ଼ତାର ସହ ସଂଘର୍ଷ ଲାଗି ସେ ସ୍ମରଣୀୟ ହୋଇ ରହିବେ। ଅସହାୟଙ୍କୁ ସହାୟତା ପ୍ରଦାନ କରିବା ତାଙ୍କ ବ୍ୟକ୍ତିତ୍ୱର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା।
ଶ୍ରୀ ରାମ ଜେଠମାଲାନୀ ଜୀଙ୍କ ସହିତ ଭାବ ବିନିମୟ କରିବାର ଅନେକଥର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି। ଏହି ଦୁଃଖଦ ମୁହୂର୍ତରେ, ତାଙ୍କ ପରିବାର, ବନ୍ଧୁବର୍ଗ ଏବଂ ପ୍ରଶଂସକମାନଙ୍କୁ ମୁଁ ସହାନୁଭୂତି ଜଣାଉଛି। ସେ ଏବେ ଆଉ ଆମ ଗହଣରେ ନାହାନ୍ତି, ମାତ୍ର ତାଙ୍କ ଅଭିନବ କାର୍ଯ୍ୟ ସବୁବେଳେ ଜୀବନ୍ତ ରହିବ ! ଓମ ଶାନ୍ତି!” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।