Home ଓଡ଼ିଶା ପ୍ରାଧ୍ୟାପକ ଶାନ୍ତନୁ ତ୍ରିପାଠୀଙ୍କ ପରଲୋକ

ପ୍ରାଧ୍ୟାପକ ଶାନ୍ତନୁ ତ୍ରିପାଠୀଙ୍କ ପରଲୋକ

154

ସମ୍ବଲପୁର ୮-୯ (ଓଡ଼ିଆ ପୁଅ) : ଅବସରପ୍ରାପ୍ତ ଅର୍ଥନୀତି ପ୍ରାଧ୍ୟାପକ ଶାନ୍ତନୁ କୁମାର ତ୍ରିପାଠୀଙ୍କ ଗତକାଲି ବିଳମ୍ବ ରାତିରେ ସହରର ଭାଲୁପାଲି ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ତାଙ୍କ ବିଧବା ପତ୍ନୀ ପ୍ରତିଭା, ୩ ଝିଅ ସ୍ୱାଗତିକା, ଅମ୍ରିତା, ଭାବନା, ୩ ଜ୍ୱାଇଁ ଅମରେଶ, ଆଲୋକ ରଂଜନ ଗୁରୁ, ଜ୍ଞାନରଂଜନ ମିଶ୍ର, ସାନ ଭାଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ସରୋଜ କୁମାର ତ୍ରିପାଠୀ ଓ ସମ୍ବଲପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ତ୍ରିପାଠୀ ତଥା ପରିବାରବର୍ଗ ଅଛନ୍ତି। ଖବର ପାଇ ଜିଲ୍ଲାପାଲ ଶୁଭମ୍ ସାକ୍ସେନା, ଅତିରିକ୍ତ ଜିଲ୍ଲାପାଳ ଅଜୟ କୁମାର ଜେନାଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଓ କର୍ମଚାରୀ ତଥା ସହଯୋଗୀ ଅଧ୍ୟାପକ, ପୁରାତନ ଛାତ୍ରଛାତ୍ରୀ ଭାଲୁପାଲି ବାସଭବନକୁ ଯାଇ ସ୍ୱର୍ଗତ ତ୍ରିପାଠୀଙ୍କ ଅନ୍ତିମ ଦର୍ଶନ କରିଥିଲେ। ଆଜି ଅପରାହ୍ନରେ କମଲିବଜାର ରାଜଘାଟରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା। ସାନଭାଇ ସୁକାନ୍ତ ମୁଖାଗ୍ନୀ ଦେଇଥିଲେ। ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ୍ ଅନ୍ତର୍ଗତ ଯୁଖିପାଲିର ମୂଳ ବାସିନ୍ଦା ସ୍ୱର୍ଗତ ତ୍ରିପାଠୀ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। ଗଙ୍ଗାଧର ମେହେର କଲେଜରେ ପଢ଼ିବା ସମୟରେ ସେ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେ ଫୁଲବାଣୀ କଲେଜରୁ ଅଧ୍ୟାପନା ଆରମ୍ଭ କରି ଦୀର୍ଘ ବର୍ଷ ସମ୍ବଲପୁର ଗଙ୍ଗାଧର ମେହେର ସାନ୍ଧ୍ୟ କଲେଜ, ରାଉରକେଲା ସରକାରୀ କଲେଜରେ ଅଧ୍ୟାପନା କରିବା ସହ ୨୦୦୯ ମସିହାରେ ସୁନ୍ଦରଗଡ଼ ସରକାରୀ କଲେଜରୁ ଅବସରଗ୍ରହଣ କରିଥିଲେ। ଦେଶରେ ଅର୍ଥନୀତିର ଜଣାଶୁଣା ଶିକ୍ଷକ ପ୍ରଫେସର ଆରଏସ୍ ରାଓଙ୍କ ସ୍ୱର୍ଗତ ତ୍ରିପାଠୀ ପ୍ରିୟ ସ୍କୋଲାର ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.