Home ଓଡ଼ିଶା ଶ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଶ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

275

ନୂଆ ଦିଲ୍ଲୀ ୨୪-୮ (ଓଡ଼ିଆ ପୁଅ) ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅରୁଣ ଜେଟ୍ ଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଅରୁଣ ଜେଟ୍ ଲୀ ଜଣେ ବରିଷ୍ଠ ରାଜନେତା, ବିଶିଷ୍ଟ ବୁଦ୍ଧିଜୀବୀ ଏବଂ ବିଚକ୍ଷଣ ଆଇନବିତ୍ ଥିଲେ। ସେ ଜଣେ ପାରଦର୍ଶୀ ନେତା ଥିଲେ, ଯାହାଙ୍କର ରାଷ୍ଟ୍ର ଗଠନରେ ବିଶେଷ ଭୂମିକା ଥିଲା। ତାଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସଙ୍ଗିତା ଏବଂ ପୁଅ ରୋହନ ସହିତ କଥା ହେଲି ଏବଂ ସମବେଦନା ଜଣାଇଲି। ଓମ୍ ଶାନ୍ତି।”

ଅସାଧାରଣ ବୁଦ୍ଧି, ଜ୍ଞାନ, ପ୍ରତ୍ୟୁତ୍ପନ୍ନମତିତା ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ପନ୍ନ ଶ୍ରୀ ଅରୁଣ ଜେଟ୍ ଲୀ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ଆଦୃତ ହୋଇଥିଲେ। ସେ ଜଣେ ବହୁମୁଖୀ ପ୍ରତିଭା ଥିଲେ ଏବଂ ତାଙ୍କର ଭାରତୀୟ ସମ୍ବିଧାନ, ଇତିହାସ, ପ୍ରଶାସନ, ଲୋକନୀତି ଓ ଆଇନ ସମ୍ପର୍କରେ ଗଭୀର ଜ୍ଞାନ ଥିଲା।

ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିଅରରେ ଶ୍ରୀ ଜେଟ୍ ଲୀ ବିଭିନ୍ନ ମନ୍ତ୍ରଣାଳୟର ଦାୟୀତ୍ୱ ନେଇ ଭାରତର ଅର୍ଥନୈତିକ ପ୍ରଗତି, ପ୍ରତିରକ୍ଷା କ୍ଷମତା ଦୃଢ଼ୀକରଣ, ଜନସାଧାରଣଙ୍କୁ ସୁହାଉଥିବା ଭଳି ଆଇନ ପ୍ରସ୍ତୁତି ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ବାଣିଜ୍ୟ ସମ୍ପର୍କ ବୃଦ୍ଧି ଦିଗରେ କାର୍ଯ୍ୟ କରିଥିଲେ।

ବିଜେପି ଏବଂ ଅରୁଣ ଜେଟ୍ ଲୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ଏବଂ ଅତୁଟ। ଜଣେ ଉଦୀୟମାନ ଛାତ୍ର ନେତା ଭାବେ ସେ ଜରୁରୀ ପରିସ୍ଥିତି ସମୟରେ ଗଣତନ୍ତ୍ର ସୁରକ୍ଷା ଆନ୍ଦୋଳନର ଅଗ୍ରଦୂତ ସାଜିଥିଲେ। ସେ ଆମ ଦଳର ଜଣେ ସୁପରିଚିତ ନେତା ଥିଲେ। ସେ ଦଳର ନୀତି ଏବଂ ଦର୍ଶନକୁ ସମାଜର ସବୁ ସ୍ତରରେ ପହଂଚାଇବା ଦିଗରେ କାର୍ଯ୍ୟ କରିଥିଲେ।

ଶ୍ରୀ ଜେଟ୍ ଲୀଙ୍କ ଦେହାନ୍ତରେ ମୁଁ ଜଣେ ବିଶେଷ ବନ୍ଧୁଙ୍କୁ ହରାଇଲି, ଯାହାଙ୍କ ସହିତ ବହୁ ଦଶନ୍ଧି ଧରି ମୋର ନିବିଡ଼ÿ ସମ୍ପର୍କ ଥିଲା। ନୀତି ଓ ଯୋଜନା ସମ୍ପର୍କରେ ତାଙ୍କର ଗଭୀର ଅନ୍ତର୍ଦୁଷ୍ଟି ଓ ଚିନ୍ତାଧାରା ଅତି ନିଆରା ଥିଲା। ସେ ଆମ ସମସ୍ତଙ୍କୁ ବହୁ ସୁଖଦ ଅନୁଭୂତି ମଧ୍ୟରେ ଛାଡିଦେଇ ଚାଲିଯାଇଛନ୍ତି। ଆମେ ସମସ୍ତେ ତାଙ୍କୁ ବହୁତ ମନେପକାଇବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.