Home ଆନ୍ତର୍ଜାତୀୟ ଲାଦାଖରେ ଚୀନ ସୈନିକକୁ କାବୁ କଲେ ଭାରତୀୟ ସୁରକ୍ଷା ବାହିନୀ

ଲାଦାଖରେ ଚୀନ ସୈନିକକୁ କାବୁ କଲେ ଭାରତୀୟ ସୁରକ୍ଷା ବାହିନୀ

254

ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) : ଲଦାଖର ଚୁମାର-ଡେମୋଚୋକ ଅଞ୍ଚଳରେ ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା ଚୀନ୍ ସେନାର ସୈନିକକୁ କାବୁ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ସୈନିକ ହୁଏତ ଅଜାଣତରେ ଭାରତୀୟ ଅଞ୍ଚଳକୁ ଆସିଥାଇ ପାରେ ସେଥିପାଇଁ ପୂର୍ବ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁଯାୟୀ ଉକ୍ତ ସୈନିକକୁ ଫେରାଇ ଦିଆଯିବାର ସମ୍ଭାବନା ରହିଛି।

ଭାରତୀୟ ସୁରକ୍ଷା ବାହିନୀ ଏବଂ ଏଜେନ୍ସି ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ, ଲଦାଖରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଏଜେନ୍ସିମାନେ ଗୁପ୍ତଚର ଜରିଆରେ କୋଣ ଅନୁକୋଣରେ ଦୃଷ୍ଟି ରଖିଛନ୍ତି ଯେଉଁଥିରେ ଉଭୟ ପକ୍ଷ ପରସ୍ପରକୁ ଅଟକାଇବା ପାଇଁ ସୈନ୍ୟ ତଥା ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଛନ୍ତି।

ସୂତ୍ରରୁ ଜଣାପଡିଛି ଯେ, ଏହି ସୈନ୍ୟ ଏହି ଅଞ୍ଚଳରେ ଗୁପ୍ତଚର ଭାବେ ଆସିଥାଇ ପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.