Home ଓଡ଼ିଶା ରଣପୁର ପୋଲିସ୍‌ର ବଡ ସଫଳତା କାର ସହ ୫୦୦ଲିଟର ଦେଶୀ ଜବତ ଜଣେ ଗିରଫ

ରଣପୁର ପୋଲିସ୍‌ର ବଡ ସଫଳତା କାର ସହ ୫୦୦ଲିଟର ଦେଶୀ ଜବତ ଜଣେ ଗିରଫ

90

ନୟାଗଡ/୧୯/୧୦(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ କରୋନା କଟକଣା ପରଠାରୁ ଚୋରା ଦେଶୀ ହାତ ରନ୍ଧା ମଦ ବେପାରୀ ମାନେ ପ୍ରଶାସନିକ ଅଧିକାରୀ ମାନଙ୍କୁ ହାତବାରସୀ କରି ଚୋରା ବେପାରକୁ ଜୋର୍‌ଦାର୍ କରି ଆସୁଥିଲେ । ରଣପୁର ଥାନାର ସୁରୁକାବାଡି ଅଂଚଳରେ ହାତ ରନ୍ଧା ଦେଶୀ ମଦ କୁ କୁଟୀର ଶିଳ୍ପ ଭାବେ ଆଦରି ନେଇଥିଲେ । ରଣପୁର ଥାନାରେ ଇନିସ୍ପେକ୍ଟର ଭାବେ ଜ୍ୟୋତି ପ୍ରକାଶ ପଣ୍ଡା ଯୋଗ ଦେଲା ପରେ ହାତ ରନ୍ଧା ଦେଶୀ ମଦ ଧରିବା ପାଇଁ ତୀକ୍ଷ୍‌ଣ ନଜର ରଖିଥିଲେ । ତାଙ୍କ ନିର୍ଦେଶକ୍ରମେ ଗତ ୧୮ ତାରିଖ ରାତି ୩ ଟା ସମୟରେ ରଣପୁର ଥାନା ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ଏ ପି ଆର୍ ଫୋର୍ସ ଅଖିଳ ନାୟକଙ୍କୁ ସାଙ୍ଗରେ ନେଇ ସୁରୁକାବାଡି ନିକଟରେ ଛକି ରହିଥିଲେ ।

ଗୋଟିଏ ଇଣ୍ଡିକା ଗାଡିରେ ଚୋରା ହାତ ରନ୍ଧା ଦେଶୀ ମଦ ଲୋଡହୋଇ ବାହାରିବା ସମୟରେ ସେହି ଗାଡିକୁ ଗୋଡାଇଥିଲେ । ଛକା ପଞ୍ଚା ହୋଇ ଫିଲ୍ମି ଷ୍ଟାଇଲ୍‌ରେ ଗୋଡିଆ ଗୋଡି ପରେ ଲୋଧାଚୁଆ ନିକଟରେ ଓ ଆର୍ ୦୫ ଏ ଏସ୍ ୨୨୬୫ ନମ୍ବର ଗାଡିଟିକୁ ଜବତ କରିଥିଲେ । ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁ ଓ ନାଣ୍ଡୁ ମଣ୍ଡଳ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିବା ବେଳେ କବିରାଜ ପ୍ରଧାନକୁ ପୋଲିସ୍ କାବୁ କରିନେଇଥିଲେ । ଇଣ୍ଡିକା ଗାଡି ଭିତରେ ଥିବା ପ୍ରାୟ ୫୦୦ଲିଟର ହାତ ରନ୍ଧା ଦେଶୀ ମଦକୁ ଯବତ କରିଥିବା ଜଣାପଡିଛି । ଏତେ ବଡ ପରିମାଣର ମଦ ଜବତ ଘଟଣା ରଣପୁର ପୋଲିସ୍ ପାଇଁ ବଡ ସଫଳତା ଆଣିଦେଇଛି । ଅଭିଯୁକ୍ତ କବିରାଜ ପ୍ରଧାନକୁ ରଣପୁର କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ୍ ନ ମିଳିବାରୁ ରଣପୁର ଜେଲ୍ ହାଜତୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.