Home ଉପ ନିର୍ବାଚନ ପିପିଲି ଉପନିର୍ବାଚନ: ମୈଦାନରେ ମହିଳା ମୋର୍ଚ୍ଚା ..

ପିପିଲି ଉପନିର୍ବାଚନ: ମୈଦାନରେ ମହିଳା ମୋର୍ଚ୍ଚା ..

46

ଭୁବନେଶ୍ୱର/ପିପିଲି: ପିପିଲି ଉପନିର୍ବାଚନ ପାଇଁ ପୁଣି ଥରେ ଅଣ୍ଟା ଭଡ଼ିଛି ବିଜେପି ମହିଳା ମୋର୍ଚ୍ଚା। ନିର୍ବାଚନ ପରିଚାଳନା ଦିଗରେ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସମେତ ପୁରୀ ଜିଲ୍ଲା ଉପ ସଭାପତି ଦିଗଦର୍ଶନ ପଟ୍ଟନାୟକ, ଜିଲ୍ଲା ସମ୍ପାଦିକା ସୁଦେଶା ପଣ୍ଡା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ମୀନଲତା ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମାନସୀ ହରିଚନ୍ଦନ ଏବଂ ସୌମ୍ୟା ମିଶ୍ର ପ୍ରମୂଖ ଉପସ୍ଥିତ ରହି ନିର୍ବାଚନ ପରିଚାଳନାର ରୂପରେଖ ପ୍ରସ୍ତୁତ କରିଥିଲେ।
@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.