Home ଓଡ଼ିଶା ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

34

ପୁରୀ ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ। ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାର ବିରଷ୍ଠ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ କରାଗଲା ବ୍ଲୁପ୍ରିଣ୍ଟ। ସମ୍ଵେଦନଶୀଳ ଓ ଅତିସମ୍ଵେଦନଶୀଳ ଭୋଟ କେନ୍ଦ୍ର ଉପରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସିସିଟିଭି କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କ ନଜରରେ ରହିବ ମତଦାନ କେନ୍ଦ୍ର। ବୟସ୍କ, ଦିବ୍ୟାଙ୍ଗ କୋଭିଡ ଆକ୍ରାନ୍ତ ପୋଷ୍ଟାଲ ବାଲାଟ ମାଧ୍ୟମରେ କରି ପାରିବେ ମତଦାନ। ସେପଟେ କୋଭିଡ କଟକଣା ଭିତରେ ରହି ନିର୍ବାଚନ ଲଢିବା ପାଇଁ ସହମତି ଜଣାଇଲେ ତିନି ପ୍ରମୁଖ ଦଳ।

ସେପଟମ୍ଵର ୩୦ ତାରିଖରେ ହେବ ପିପିଲି ଉପନିର୍ବାଚନ। ଅକ୍ଟୋବର ୩ ତାରିଖରେ ହେବ ଭୋଟ ଗଣତି। କୋଭିଡକୁ ଦୁଷ୍ଟିରେ ରଖି ବୁଥ ସଂଖ୍ୟା ୨୭୩ ସ୍ଥାନରେ ୩୪୮ କୁ ବୁଦ୍ଧି କରାଯାଇଥିବା ବେଳେ ପିପିଲି ଏନଏଏସି ଓ ପିପିଲି ବ୍ଲକରେ ୧୯୯ ଗୋଟି ଓ ଡେଲାଙ୍ଗ ବ୍ଲକରେ ୧୪୯ ଟି ବୁଥର ବ୍ୟବସ୍ଥା କରାଯାଇଛି। ଏହି ଉପନିର୍ଵ।ଚନରେ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କର ମତଦାନ କରିବେ। କୋଭିଡ କଟକଣା ପାଇଁ ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଓ କୋଭିଡ ଆକ୍ରାନ୍ତ ଓ ଦିବ୍ୟାଙ୍ଗ ମାନେ ପୋଷ୍ଟାଲ ବାଲାଟରେ ନିଜର ମତଦାନ କରିପାରିବେ ଚଳିତ ଉପନିର୍ବାଚନରେ। ଏହି ଉପନିର୍ବାଚନରେ ଏ ୧୦୭୭ ଜଣ ଭୋଟର ପୋଷ୍ଟାଲରେ ବାଲାଟରେ ନିଜର ମତଦାନ କରିବା ପାଇଁ ସ୍ଵୀକୃତି ଦେଇଛନ୍ତି। ଏମାନଙ୍କୁ ନିର୍ବାଚନ ଅଧିକାରୀଙ୍କ ତରଫରୁ ପୋଷ୍ଟାଲ ବାଲାଟ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ। ବିଶେଷକରି ପ୍ରଚାର ଉପରେ ଲଗାଇଯାଇଥିବା କୋଭିଡ କଟକଣା, ବାଇକ ରାଲି, ଆଚରଣ ବିଧୀ ଉଲ୍ଲଙ୍ଘନ ଉପରେ ପ୍ରଶାସନ ବିଶେଷ ଦୁଷ୍ଟି ରଖିଯିବା ସହିତ ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଅସାମାଜିକ ଓ ବିଭିନ୍ନ ମାମଲା ରେ ଜଡିତ ଥିବା ଓ୍ଵାରେଣ୍ଟି ମାନଙ୍କୁ ଗିରଫ କରାଯିବ। ସମ୍ଵେଳନଶୀଳ ଓ ଅତିସମ୍ଵେଦଳଶୀଳ ବୁଥ ଗୁଡିକରେ ସିସିଟିଭି, କେନ୍ଦ୍ରୀୟ ସୁରକ୍ଷା ବଳୟ ମୁତୟନ କରାଯିବା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.