Home ଓଡ଼ିଶା ତିନି ତଲାକ ଆଇନ୍ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଯାଚିକା : ଯାଚିକାର୍ତ୍ତା ଧାରା-୩ ଏବଂ ୪...

ତିନି ତଲାକ ଆଇନ୍ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଯାଚିକା : ଯାଚିକାର୍ତ୍ତା ଧାରା-୩ ଏବଂ ୪ କୁ ରଦ୍ଦ କରିବାପାଇଁ କଲେ ଦାବି

441

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) ନିକଟରେ ସଂସଦରେ ପାରିତ ହୋଇଛି ତିନି ତଲାକ ବିଲ୍। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ତଲାକ ବିଲକୁ ମଞ୍ଜୁରୀ ଦେଇଦେଇଛନ୍ତି। ତେବେ ପାରିତ ବିଲ୍ ରେ କେନ୍ଦ୍ର ସରକାର କେବଳ ତିନି ତଲାକକୁ ‘ନିରସ୍ତ ଏବଂ ଅବୈଧ’ ଘୋଷିତ କରିନାହାଁନ୍ତି, ଏପରିକି ଏଥିରେ ଦଣ୍ଡନୀୟ ଅପରାଧର ଅନ୍ତର୍ଗତ ମଧ୍ୟ ରଖିଛନ୍ତି। କିନ୍ତୁ ଏହି ଅଧିନିୟମରେ ପତି ଏବଂ ପତ୍ନୀଙ୍କର ମଧ୍ୟରେ ବୁଝାମଣା କରାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ।

ନିକଟରେ ପାରିତ ହୋଇଥିବା ମୁସ୍ଲିମ ମହିଳା (ବିବାହ ଅଧିକାର ସଂରକ୍ଷଣ)ଅଧିନିୟମ, ୨୦୧୯ ର କିଛି ଅନୁଚ୍ଛେଦ କୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି। ଏହି ଯାଚିକା, ଅଧିବକ୍ତା ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଶାହିଦ ଅଲୀଙ୍କ ଦ୍ୱାରା ଦାଖଲ କରାଯାଇଛି। ଏହି ଜନସ୍ୱାର୍ଥ ମାମଲାରେ ଏହି ଅଧିନିୟମର ଧାରା ୩ ଏବଂ ୪ କୁ ରଦ୍ଦ କରିବା ପାଇଁ ପ୍ରାର୍ଥନା କରାଯାଇଛି।

ଏହି ଧାରା ଅନୁଯାୟୀ ମୁସ୍ଲିମ ପତି ଦ୍ଵାରା ନିଜର ପତ୍ନୀକୁ ତିନି ତଲାକ କହିବାଯେ ଅପରାଧ ଅଟେ, ସେଥିପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ଜରିମାନାର ପ୍ରାବଧାନ ଅଛି।

ଯାଚିକାରେ କୁହାଯାଇଛି କି ସୁପ୍ରୀମ କୋର୍ଟରେ ତିନି ତଲାକକୁ ପୂର୍ବରୁ ହିଁ ‘ଅସଂବୈଧାନିକ’ ଘୋଷିତ କରାଯାଇଛି। ଅବଶ୍ୟ, ପରେ କେନ୍ଦ୍ର ନାଁ କେବଳ ତିନି ତଲାକକୁ ନିରସ୍ତ ଏବଂ ଅବୈଧ ଘୋଷିତ କରିଛନ୍ତି, ଏପରିକି ଏହାକୁ ଦଣ୍ଡନୀୟ ଅପରାଧର ଅନ୍ତର୍ଗତ ମଧ୍ୟ ରଖାଯାଇଛି। କିନ୍ତୁ ଏହି ଅଧିନିୟମରେ ପତି ଏବଂ ପତ୍ନୀଙ୍କର ମଧ୍ୟରେ ବୁଝାମଣା କରାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ।

ଯାଚିକାରେ ଏହା ମଧ୍ୟ କୁହାଯାଇଛି କି ବର୍ତ୍ତମାନ ଅଧିନିୟମ ମୁସଲମାନମାନଙ୍କ ସହିତ ଭେଦଭାବ କରିବାପରି ଅଟେ। ଏହି ଯାଚିକାରେ ହାଇକୋର୍ଟ ଆଗାମୀ ସପ୍ତାହରେ ଶୁଣାଣି କରିପାରନ୍ତି।

ସୂଚନାଯୋଗ୍ୟଯେ, ଧାରା ୩ ରେ ଏହା କୁହାଯାଇଛି କି କୌଣସି ମଧ୍ୟ ମୁସ୍ଲିମ ପତି ଦ୍ଵାରା ନିଜର ପତ୍ନୀକୁ ମୌଖିକ, ଲିଖିତ ଅଥବା ଇଲେକ୍ଟ୍ରୋନିକ ରୂପରେ ତଲାକ କହିଲେ ଅମାନ୍ୟ ତଥା ଆଇନ୍ ବିରୁଦ୍ଧ ହେବ। ଏହି ପ୍ରାବଧାନ ସମ୍ପୂର୍ଣ୍ଣ ଭାବରେ ମାନନୀୟ ସୁପ୍ରୀମ କୋର୍ଟଙ୍କର ଆଦେଶର ଅନୁରୂପ ଅଟେ। ଏହା ପରେ ଧାରା ୪ ଗମ୍ଭୀର ବିବାଦର କାରଣ ବନିଛି, ଯାହା ‘କୌଣସି ମୁସ୍ଲିମ ପତି ନିଜର ପତ୍ନୀକୁ ଧାରା ୩ରେ ତଲାକ କହେ, ତେବେ ତିନି ବର୍ଷ ପର୍ଯ୍ୟନ୍ତ କାରାବାସ ବ୍ୟତୀତ ଜରିମାନା ଦେବାକୁ ହେବ।

ସୂଚନାଯୋଗ୍ୟଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ତଲାକ ବିଲକୁ ମଞ୍ଜୁରୀ ଦେଇଦେଇଛନ୍ତି। ସଂସଦର ଦୁଇ ସଦନରେ ଏହି ବିଲ୍ ପାରିତ ହେବାପରେ ଏହାକୁ ରାଷ୍ଟ୍ରପତିଙ୍କର ମଞ୍ଜୁରୀ ପାଇଁ ପଠାଯାଇଥିଲା, ଏହା ଉପରେ ରାଷ୍ଟ୍ରପତି ମଞ୍ଜୁରୀ ମୋହର ଲଗାଇଛନ୍ତି। ସରକାର ଏହି ବିଲକୁ ୨୫ ଜୁଲାଇରେ ଲୋକସଭାରେ ଏବଂ ୩୦ ଜୁଲାଇରେ ରାଜ୍ୟସଭାରେ ପାଶ୍ କରାଇଥିଲେ।

ରାଜ୍ୟସଭାରେ ବିଲର ସମର୍ଥନରେ ୯୯, ବିରୋଧରେ ୮୪ ଭୋଟ ପଡ଼ିଥିଲା। ଏହା ପୂର୍ବରୁ ବିରୋଧି ଦଳ ବିଲକୁ ସେଲେକ୍ଟ କମିଟୀ କୁ ପାଠାଇବା ପାଇଁ ଦାବି କରିଥିଲେ କିନ୍ତୁ ସଂସଦରେ ଏହି ପ୍ରସ୍ତାବ ଉପରେ ବିରୋଧି ଦଳ ହାରିଯାଇଥିଲା। ଭୋଟିଂରେ ବିଲକୁ ସେଲେକ୍ଟ କମିଟୀକୁ ପଠାଇବା ପକ୍ଷରେ ୮୪, ବିରୋଧରେ ୧୦୦ ଟି ଭୋଟ ପଡ଼ିଥିଲା।
ତେବେ ଜାଣନ୍ତୁ ଏହି ବିଲ ସମ୍ବନ୍ଧିତ ମୁଖ୍ୟ କଥା :

ତୁରନ୍ତ ତିନି ତଲାକ ଅର୍ଥାତ୍ ତଲାକ-ଏ-ବିଦ୍ଦତକୁ ରଦ୍ଦ ଏବଂ ଆଇନ୍ ବିରୁଦ୍ଧ ବନାଇବା।
ତୁରନ୍ତ ତିନ ତଲାକକୁ ସଂଜ୍ଞେୟ ଅପରାଧ ମାନିବାର ପ୍ରାବଧାନ ଅର୍ଥାତ୍ ପୁଲିସ ବିନା ୱାରେଣ୍ଟରେ ଅଭିଯୁକ୍ତ ପୁରୁଷକୁ ଗିରଫ କରି ପାରିବ।
ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ପ୍ରାବଧାନ।
ପୀଡ଼ିତା ମହିଳାକୁ ପତି ଗୁଜାରା ଭତ୍ତା ଦାବି କରିପାରିବେ।
ଏହି ଆଇନ୍ ଜାମିନ୍ ବିହିନ ହେବ।
ମାଜିଷ୍ଟ୍ରେଟ ଅଭିଯୁକ୍ତକୁ ଜାମିନ ଦେଇପାରନ୍ତି। ଜାମିନ୍ ଦିଆଯିବା ସମୟରେ ପୀଡ଼ିତା ମହିଳାର ପକ୍ଷ ଶୁଣାଯିବ।
ପୀଡ଼ିତ ମହିଳାର ଅନୁରୋଧ ଉପରେ ମାଜିଷ୍ଟ୍ରେଟ୍ ବୁଝାମଣାପାଇଁ ଅନୁମତି ଦେଇପାରନ୍ତି।
ପୀଡ଼ିତା ମହିଳା ପତିଙ୍କଠାରୁ ଗୁଜ଼ାରା ଭତ୍ତାର ଦାବି କରିପାରିବେ। ଏହାର ମୂଲ୍ୟ ମାଜିଷ୍ଟ୍ରେଟ୍ ସ୍ଥିର କରିବେ।
ପୀଡ଼ିତା ମହିଳା ନାବାଳକ ଶିଶୁକୁ ନିଜ ପାଖରେ ରଖି ପାରିବେ। ତାହା ମାଜିଷ୍ଟ୍ରେଟ୍ ସ୍ଥିର କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.