Home ଓଡ଼ିଶା କଶ୍ମୀରରେ ମୁତୟନ ହେଲେ ୨୮ ହଜାର ସୁରକ୍ଷା କର୍ମୀ

କଶ୍ମୀରରେ ମୁତୟନ ହେଲେ ୨୮ ହଜାର ସୁରକ୍ଷା କର୍ମୀ

463

ଜମ୍ମୁ କଶ୍ମୀର, ୦୨/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଜମ୍ମୁ କାଶ୍ମୀର ଘାଟିରେ ମୁତୟନ ହୋଇଛନ୍ତି ୨୮ ହଜାର ସୁରକ୍ଷାକର୍ମୀ। କିଛି ଦିନ ତଳେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ୧୦ ହଜାର ଯବାନଙ୍କୁ ମୁତୟନ କରାଯାଇଥିଲା। ସହରର ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଗୁଡ଼ିକର ଦାୟିତ୍ୱ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳକୁ ଦାୟିତ୍ୱ ଦିଆଯାଇଛି।

ଏହାସହ ଧାରା ୩୭୦ ଓ ଧାରା ୩୫କୁ ସରକାର ହଟାଇ ପାରନ୍ତି ବୋଲି ମଧ୍ୟ କୁହାଯାଉଛି। ତେବେ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିପାରନ୍ତି। ଆତଙ୍କବାଦୀଙ୍କ ମୁଳପୋଛ କରିବା ଲକ୍ଷ୍ୟରେ ବଡ଼ ଅପରେସନ୍‌ଚାଲିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.