Home ଓଡ଼ିଶା ଆସନ୍ତା ଜୁଲାଇ ୨୦ରୁ ଆରମ୍ଭ ହେବ ୨୦୧୯ ସିଭିଲ ସର୍ଭିସ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ଵ ପରୀକ୍ଷା

ଆସନ୍ତା ଜୁଲାଇ ୨୦ରୁ ଆରମ୍ଭ ହେବ ୨୦୧୯ ସିଭିଲ ସର୍ଭିସ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ଵ ପରୀକ୍ଷା

156

ନୂଆ ଦିଲ୍ଲୀ ୫-୬ (ଓଡ଼ିଆ ପୁଅ) ଆଜି କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କ (୦୫.୦୬.୨୦୨୦)ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ କୋଭିଡ-୧୯ ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥିତିର ସମୀକ୍ଷା କରାଯାଇଛି। ଲକଡାଉନ ପରେ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ କୋହଳ କଟକଣା ପରିପ୍ରେକ୍ଷୀରେ ଆୟୋଗ ଲିଖିତ ଓ ମୌଖିକ ପରୀକ୍ଷା ସୂଚୀରେ କେତେକ ସଂଶୋଧନ କରାଯାଇଛି। ସଂଶୋଧିତ କାର୍ଯ୍ୟସୂଚୀର ବିସ୍ତୃତ ବିବରଣୀ ଆୟୋଗଙ୍କ ୱେବସାଇଟରେ ସନ୍ନିବେଶିତ ହୋଇଛି।

ଆୟୋଗ ମଧ୍ୟ ୨୦୧୯ ବର୍ଷ ସିଭିଲ ପରୀକ୍ଷା ପାଇଁ ପ୍ରାର୍ଥୀମାନଙ୍କ ବ୍ୟକ୍ତିତ୍ଵ ପରୀକ୍ଷା ଆସନ୍ତାମାସ ୨୦ ତାରିଖରୁ କରାଇବା ନେଇ ନିଷ୍ପତ୍ତି ନେଇଛି। ପ୍ରାର୍ଥୀମାନଙ୍କୁ ବ୍ୟକ୍ତିଗତ ଭାବେ ଏହା ଜଣାଇ ଦିଆଯିବ।

କର୍ମଚାରୀ ଭବିଷ୍ୟନିଧି ସଂଗଠନ ନିମନ୍ତେ ଇଓ/ଏଓ ପଦବୀ ପାଇଁ ଆସନ୍ତା ଅକ୍ଟୋବର ୪ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷାର ନୂତନ ତାରିଖ ଆୟୋଗର ୱେବସାଇଟରେ ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.