Home ଓଡ଼ିଶା ଦିଲ୍ଲୀ ବିଜେପି ଅଫିସରେ ଲାଗିଲା ଅମିତ ଶାହାଙ୍କର ଏହି ପୋଷ୍ଟର – ଅର୍ଥ କାଢ଼ିଲେଣି ଲୋକେ

ଦିଲ୍ଲୀ ବିଜେପି ଅଫିସରେ ଲାଗିଲା ଅମିତ ଶାହାଙ୍କର ଏହି ପୋଷ୍ଟର – ଅର୍ଥ କାଢ଼ିଲେଣି ଲୋକେ

352

ନୂଆ ଦିଲ୍ଲୀ ୧୧-୨ (ଓଡ଼ିଆ ପୁଅ) ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଆମ ଆଦମୀ ପାର୍ଟୀ ୫୨ ସିଟ୍ ରେ ଆଗୁଆ ଅଛି। ବିଜେପି ୧୮ ସିଟ୍ ରେ ଆଗୁଆ ଅଛି। ଗତ ବିଧାନସଭା ନିର୍ବାଚନ ତୁଳନାରେ ୧୫ ସିଟ୍ ଅଧିକ ଅଛି। ଇତି ମଧ୍ୟରେ, ଆମ ଆଦମୀ ପାର୍ଟୀର ମୁଖ୍ୟାଳୟରେ ଯୋରଦାର ଖୁସି ପ୍ରକଟ କରିବା ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ଦିଲ୍ଲୀ ବିଜେପି ଅଫିସରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କର ଲାଗିଥିବା ଏକ ପୋଷ୍ଟର ଚର୍ଚ୍ଚାର ବିଷୟ ପାଲଟିଛି।

ଦିଲ୍ଲୀର ପନ୍ତ ମାର୍ଗରେ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଲାଗିଥିବା ଏହି ପୋଷ୍ଟରରେ ଅମିତ ଶାହାଙ୍କର ଫଟୋ ସାଥିରେ ଲେଖା ହୋଇଛି- ବିଜୟରେ ଆମେ ଅହଁକାରୀ ହେଉନାହିଁ ଏବଂ ପରାଜୟରେ ଆମେ ନିରାଶ ହେଉନାହିଁ। ଲୋକ ଏହି ପୋଷ୍ଟର ବିଭିନ୍ନ ଅର୍ଥ କାଢ଼ିବାରେ ଲାଗିପଡ଼ିଛନ୍ତି।

ଅନ୍ୟ ପଟେ, ବିଜେପିର ଦିଲ୍ଲୀ ୟୁନିଟର ଅଧ୍ୟକ୍ଷ ମନୋଜ ତିୱାରୀ ଏହି ଫଳାଫଳ ଉପରେ ବେଖାତିର ଦେଖାଯାଉଛନ୍ତି। ସେ କହିଛନ୍ତି କି ମୋତେ ଆଶ୍ଚର୍ୟ ହେବ ନାହିଁ କି ବିଜେପି ୫୫ ଆସନ ପର୍ଯ୍ୟନ୍ତ ବିଜୟ କଲେ। ଦିଲ୍ଲୀ ବିଜେପି ଅଧ୍ୟକ୍ଷ କହିଛନ୍ତି, ‘ମୁଁ ନର୍ଭସ ନୁହେଁ। ଆଜିର ଦିନ ବିଜେପି ପାଇଁ ଭଲ ହେବ। ବିଜେପିର ଅଫିସ୍ ରେ ଖୁସି ପ୍ରକଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଜେପି ଆଜି ଦିଲ୍ଲୀ ସରକାର ଗଠନ କରିବ।’

ମନୋଜ ତିୱାରୀ କହିଛନ୍ତି, ‘ଆମେ ୪୮ ରୁ ଅଧିକା ସିଟ୍ ଜୀତିବୁ କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗିବ ନାହିଁ ଯଦି ଆମେ ୫୫ ସିଟ୍ ରେ ବିଜୟ ଲାଭ କରିବୁ। ସମସ୍ତ ଏକଜିଟ ପୋଲରେ ‘ଆପ’ର ବିଜୟର ଭବିଷ୍ୟବାଣୀ ଉପରେ ଟିପ୍ପଣୀ କରି କହିଲେ କି ଏବେ ଏକଜିଟ ପୋଲ ପରେ ଏକଜାଟ ପୋଲର ସମୟ ଆସିଯାଇଛି।’

ଆମ ଆଦମୀ ପାର୍ଟୀ ଦ୍ୱାରା ଇଭିଏମକୁ ନେଇକରି ଉଠାଯାଇଥିବା ପ୍ରଶ୍ନ ଉପରେ ସେ କହିଲେ କି ‘ପ୍ରତ୍ୟେକ ଜନାଦେଶକୁ ସ୍ବୀକାର କରିବାକୁ ଆବଶ୍ୟକ ଏବଂ କାହାକୁ ଇଭିଏମ୍ ଉପରେ ଦୋଷ ଢାଳିବା ଠିକ ନୁହେଁ।’

ବିଜେପିକୁ ଭରସା ଅଛି କି ଅନ୍ତିମ ଘଣ୍ଟାରେ ହୋଇଥିବା ବମ୍ପର ଭୋଟିଂରେ ବିଜେପିର ସମର୍ଥକ ଭାରି ମାତ୍ରାରେ ବାହରକୁ ଆସି ଭୋଟ ଦେଇଛନ୍ତି। ସେଥିପାଇଁ ପାର୍ଟୀ ଏକଜିଟ ପୋଲର ଅଙ୍କ ନୁହେଁ ପରିଣାମ ଆସିବା ପରେ ବିଜୟ ସୁନିଶ୍ଚିତ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.