Home ଆନ୍ତର୍ଜାତୀୟ ଭାରତ ସାତ ୱିକେଟ ହରାଇ ୨୯୬ ରନ – ନ୍ୟୁଜିଲ୍ୟାଣ୍ଡକୁ ଦେଲା ୨୯୭ର ବିଜୟ ଲକ୍ଷ

ଭାରତ ସାତ ୱିକେଟ ହରାଇ ୨୯୬ ରନ – ନ୍ୟୁଜିଲ୍ୟାଣ୍ଡକୁ ଦେଲା ୨୯୭ର ବିଜୟ ଲକ୍ଷ

171

ମାଉଣ୍ଟ ମଙ୍ଗନୁଇ ୧୧-୨ (ଓଡ଼ିଆ ପୁଅ) ଭାରତୀୟ କ୍ରିକେଟ ଟିମ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଏବଂ ଶେଷ ୱାନ ଡେ ମ୍ୟାଚ୍ ଖେଳୁଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏହି ୩ ଟିକିଆ ୱାନଡେ ସିରିଜ୍ ର ତୃତୀୟ ଏବଂ ଅନ୍ତିମ ମ୍ୟାଚ୍ ରେ ଭାରତ ସାତ ୱିରେଟ ହରାଇ ୨୯୬ ରନ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ କୁ ଦେଇଛି ୨୯୭ର ବିଜୟ ଲକ୍ଷ। ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ହାମିଲ୍ଟନର ସେଡନ ପାର୍କରେ ଖେଳାଯାଇଥିବା ପ୍ରଥମ ୱାନଡେରେ ଭାରତକୁ ଚାରି ୱିକେଟ୍ ଏବଂ ଅକଲ୍ୟାଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ୱାନଡେ ମ୍ୟାଚ୍ ରେ ୨୨ ରନରେ ବିଜୟ ହାସଲ କରିଥିଲା। ଦୁଇଟି ୱାନଡେରେ ବିଜୟ ଲାଭ କରିବା ସହିତ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ରେ ୨-୦ ଆଗୁଆ ଅଛି।

ଶ୍ରେୟସ ଆୟାର ନିଜର ଅଷ୍ଟମ ଅର୍ଦ୍ଧଶତକ ପୂରା କରିଛନ୍ତି। କେଏଲ ରାହୁଲ ମଧ୍ୟ ନିଜର ଅଷ୍ଟମ ଅର୍ଧଶତକ ପୂରା କରିବା ପରେ ନିଜର ଚତୁର୍ଥ ଶତକ ମାରିଛନ୍ତି। ରାହୁଲ ୧୧୩ଟି ବଲରେ ୧୧୨ ରନ କରିଥିବା ବେଳେ ପାଣ୍ଡେ ନିଜର ଅର୍ଧଶତକ କରିନପାରି ୪୨ ରନରେ ପାଭିଲିୟନ ଫେରିଥିଲେ।

ଟିମ:

ଭାରତ : ବିରାଟ କୋହଲୀ, ପୃଥ୍ବୀ ଶ, ମାୟଙ୍କ ଅଗ୍ରୱାଲ, କେଏଲ ରାହୁଲ (ୱିକେଟ କୀପର), ମନୀଷ ପାଣ୍ଡେ, ଋଷଭ ପନ୍ତ, ଶ୍ରେୟସ ଆୟାର, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ମୋହମ୍ମଦ ଶମୀ, ଜସପ୍ରୀତ ବୁମରାହ, ଶାର୍ଦୁଲ ଠାକୁର, ନବଦୀପ ସୈନୀ।

ନ୍ୟୁଜିଲ୍ୟାଣ୍ଡ: ଟାମ ଲାଥମ (ଅଧିନାୟକ ଏବଂ ୱିକେଟ କୀପର), ମାର୍ଟିନ ଗୁପ୍ଟିଲ, ରସ ଟେଲର, କାଲିନ ଡି ଗ୍ରାଣ୍ଡହୋମ, ଜିମୀ ନୀଶମ, ସ୍କାଟ କୁଗ୍ଲିନ, ଟାମ ବ୍ଲଂଡେଲ, ହେନରୀ ନିକୋଲ୍ସ, ମିଚେଲ ସେଣ୍ଟନର, ହାମିଶ ବେନେଟ, ଈଶ ସୋଢ଼ୀ, ଟିମ ସାଉଦୀ, କାଇଲ ଜ୍ୟାମିସନ, ମାର୍କ ଚ୍ୟାପମ୍ୟାନ।

ଭାରତର ସମ୍ପୂର୍ଣ୍ଣ ଚେଷ୍ଟା ହେବ ଚେଷ୍ଟା କ୍ଲିନ ସ୍ୱିପରୁ ବଞ୍ଚିବାକୁ। ପାଞ୍ଚ ଟି-୨୦ ମ୍ୟାଚ ସିରିଜ୍ ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ କ୍ଲିନ୍ ସ୍ୱିପ କରିଥିଲା। ଏବେ ୱାନ ଡେ ସିରିଜ୍ ରେ ସେହି କ୍ଲୀନ ସ୍ୱୀପର ଡର ଭାରତକୁ। ଭାରତୀୟ ଓପନିଂ ଯୋଡ଼ି ଗତ ଦୁଇଟି ମ୍ୟାଚରେ ଫ୍ଲପ ରହିଥିଲେ। ବୋଲର ମଧ୍ୟ ବହୁତ ମହଁଗା ପ୍ରମାଣିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.