Home କେନ୍ଦ୍ରାପଡ଼ା ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

141

କେନ୍ଦ୍ରାପଡା ୧୫/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଂଚାୟତରେ ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ନିମନ୍ତେ ଏକ ଜନସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାୟଲ ମ୍ୟୁଜିକ ସ୍କୁଲର ଛାତ୍ରଛାତ୍ରୀମାନେ କରୋନା ଭୂତାଣୁ ସମ୍ପର୍କିତ ବିଭିନ୍ନ ସଚେତନତାର ଶ୍ଳୋଗାନ ଲେଖାଯାଇଥିବା ପ୍ଲାକାର୍ଡମାନ ହାତରେ ଧରି ଇନ୍ଦୁପୁର ପଂଚାୟତର ସାଧାରଣ ଜନତାଙ୍କୁ କରୋନା ଭୂତାଣୁ ଜନିତ ସଂକ୍ରମଣରୁ କିଭଳି ସୁରକ୍ଷା ପାଇବେ ସେ ସମ୍ପର୍କରେ ବୁଝାଇ ସେମାନଙ୍କୁ ସଚେତନ କରିଥିଲେ। ପାୟଲ ମ୍ୟୁଜିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ କରୋନା ଭୂତାଣୁ ଜନିତ ସଂକ୍ରମଣରୁ କିଭଳି ସୁରକ୍ଷା ମିଳିବ ଓ କି କି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇ ଲୋକମାନଙ୍କୁ ସଚେତନ କରିଥିଲେ। ଇନ୍ଦୁପୁର ପଂଚାୟତ ସମିତି ସଭ୍ୟ ସନ୍ତୋଷ କୁମାର ବେହେରା, ନୃତ୍ୟଗୁରୁ ବସନ୍ତ କୁମାର ନନ୍ଦ, ସଂଗୀତଗୁରୁ ଭାସ୍କର ଚନ୍ଦ୍ର ବେହେରା, ଚିତ୍ରକଳାଗୁରୁ ନଳିନୀକାନ୍ତ ପଣ୍ଡା ଏବଂ ଆଧୁନିକ ଗୁରୁ ମାଷ୍ଟର ଡିଜେ ପ୍ରମୁଖ ଯୋଗଦେଇ ବିଭିନ୍ନ ସଚେତନତା ମୂଳକ ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.