Home ଆନ୍ତର୍ଜାତୀୟ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପାଇଁ ନୋବେଲ ପୁରସ୍କାର – ଏହାକୁ ପରିଚାଳନା କରୁଥିବା ବିଶୋ ପାରାଜୁଲି...

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପାଇଁ ନୋବେଲ ପୁରସ୍କାର – ଏହାକୁ ପରିଚାଳନା କରୁଥିବା ବିଶୋ ପାରାଜୁଲି ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର

66

ନୂଆ ଦିଲ୍ଲୀ ୨୦-୧୦ (ଓଡ଼ିଆ ପୁଅ) ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେର ନୋବେଲ କମିଟି ନିଷ୍ପତ୍ତି ନେଇଛନ୍ତି। ଭାରତ ଏବଂ ପଞ୍ଜାବ ପାଇଁ ଗର୍ବର ବିଷୟ। ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବିଶୋ ପାରାଜୁଲି ହେଉଛନ୍ତି ୟୁନାଇଟେଡ୍ ନେସନ୍ ଫୁଡ୍ ପ୍ରୋଗ୍ରାମର ପ୍ରତିନିଧି ତଥା ଭାରତର କଣ୍ଟ୍ରି ଡାଇରେକ୍ଟର।

କ୍ଷୁଧା ଦୂର କରିବା ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମ ଚଳାଇଥିଲା। ଯାହା ଅନେକ ଲୋକଙ୍କୁ ଉପକୃତ କରିଥିଲା। ପାରାଜୁଲି ୧୯୭୫-୭୮ ରୁ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରୁ କୃଷିରେ ବିଏସସି କରିଥିଲେ। ଏହା ପରେ ସେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ। ଇମ୍ପେରିଆଲ୍ କଲେଜ ଲଣ୍ଡନରୁ ସେ ଗ୍ରାମୀଣ ବିକାଶରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଅନ୍ୟ ଜଣେ ସଦସ୍ୟ ଡଃ ହରଜିତ ସିଂ ମଧ୍ୟ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ PAU ର ପୂର୍ବତନ ଛାତ୍ର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.