Home ଓଡ଼ିଶା ଡ଼. ସୁଦର୍ଶନ ପୂଜାରୀ ସମ୍ବଲପୁରୀ ଭାଷା ପରିଷଦର ନୂଆ ସଭାପତି

ଡ଼. ସୁଦର୍ଶନ ପୂଜାରୀ ସମ୍ବଲପୁରୀ ଭାଷା ପରିଷଦର ନୂଆ ସଭାପତି

153

ସମ୍ବଲପୁର, ୧୪/୬ (ଓଡ଼ିଆ ପୁଅ) ବିଶିଷ୍ଟ ଶିକ୍ଷାବିତ ଡ଼. ସୁଦର୍ଶନ ପୂଜାରୀ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦର ନୂଆ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ସମ୍ବଲପୁର ସ୍ୱାଧୀନତା ସଂଗ୍ରାମୀ ଭବନ ଠାରେ ଅନୁଷ୍ଟିତ ପରୀଷଦର ସାଧାରଣ ପରିଷଦର ବୈଠକରେ ଡ଼. ପୂଜାରୀଙ୍କ ସହିତ ଅନ୍ୟ କର୍ମକର୍ତା ଙ୍କୁ ମନୋନିତ ହୋଇଥିଲେ। ମନୋନିତ ଅନ୍ୟ କର୍ମକର୍ତା ମାନେ ହେଲେ ଡ଼, ପରେଶ ଚନ୍ଦ୍ର ଦାନୀ ଏବଂ ବିଶ୍ୱମ୍ବର ବହିଦାର ଉପ ସଭାପତି, ଡ଼. ହରି ଶଙ୍କର ପଂଡ଼ା ସାଧାରଣ ସମ୍ପାଦକ, ପ୍ରଶାନ୍ତ କୁମାର ପାଟ୍ଟଯୋଷୀ, ସଞୀବ ମିଶ୍ର, ଦୀପକ କୁମାର ପଂଡ଼ା ଏବଂ ବୋଧରାମ ଦାଶ ସମ୍ପାଦକ ଓ ନିରଞନ ଦାସ କୋଷାଧ୍ୟକ୍ଷ। ସେହିପରି ରାଜେନ୍ଦ୍ର ପଂଡ଼ା, ଡ଼. ସିଦ୍ଦାର୍ଥ ପଂଡ଼ା, ଡ଼. ସନ୍ତୋଷ ଦାଶ, ପ୍ରଫୁଲ୍ଲ କୁମାର ହୋତା, ଡ଼. ବିଜୟ କୁମାର ପ୍ରଧାନ, ମନୋରଞନ ପାଢୀ, ଅଖିଳ ରଞନ ପଟ୍ଟନାୟକ, ଅଶୋକ ମିଶ୍ର, ଯୋଗେଶ ପ୍ରସାଦ ହୋତା, ସୂ୍ର୍ୟ୍ୟ ପାଣିଗ୍ରାହୀ, ପ୍ରଶାନ୍ତ ମିଶ୍ର, ଦେବେନ୍ଦ୍ର ପଟେଲ. ସରୋଜ ଦାଶ ଓ କମଳ ଲୋଚନ ପଂଡ଼ା କାର୍ଯ୍ୟକାରୀ ସମିତିର ସଦସ୍ୟ ରୁପେ ମନୋନିତ ହୋଇଛନ୍ତି। ନିର୍ବାଚନକୁ ନରେନ୍ଦ୍ର ପାଣିଗ୍ରହୀ ଏବଂ ପ୍ରଫୁଲ୍ଲ କୁମାର ହୋତା ପରିଚାଳନା କରଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.