Home Top News ସରକାରଙ୍କ ନୀତିକୁ ବିରୋଧ କରିବା, ଆପତ୍ତି ଉଠାଇବା ଦେଶଦ୍ରୋହ ନୁହେଁ – ସୁପ୍ରିମକୋର୍ଟ- ସମୟ ନଷ୍ଟ...

ସରକାରଙ୍କ ନୀତିକୁ ବିରୋଧ କରିବା, ଆପତ୍ତି ଉଠାଇବା ଦେଶଦ୍ରୋହ ନୁହେଁ – ସୁପ୍ରିମକୋର୍ଟ- ସମୟ ନଷ୍ଟ କରିଥିବାରୁ ୫୦ ହଜାର ଜରିମାନା ଲଗାଇଲେ କୋର୍ଟ

88

ନୂଆଦିଲ୍ଲୀ ୩-୩ (ଓଡ଼ିଆ ପୁଅ) ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଆବେଦନ କରିଥିବା ବ୍ୟକ୍ତିଙ୍କ ଉପରେ ସୁପ୍ରିମକୋର୍ଟ ୫୦, ୦୦୦ ଟଙ୍କା ଜରିମାନା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି କହିଥିଲେ ଯେ, ଧାରା ୩୭୦ ହଟାଇବା ଉପରେ ଫାରୁକ୍ ଅବଦୁଲ୍ଲା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ସେ ଚୀନ୍ ଏବଂ ପାକିସ୍ତାନରୁ ସାହାଯ୍ୟ ନେଉଛନ୍ତି। ତେଣୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ୍।

ଏହା ପରେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି କୋର୍ଟର ସମୟ ନଷ୍ଟ କରିଥିବାରୁ ରଜତ ଶର୍ମାଙ୍କ ଉପରେ ୫୦, ୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ନୀତିକୁ ବିରୋଧ କରିବା ଏବଂ ଆପତ୍ତି ଉଠାଇବା ଦେଶଦ୍ରୋହ ନୁହେଁ। ଚୀନ୍ ଏବଂ ପାକିସ୍ତାନରୁ ଫାରୁକ୍ ଅବଦୁଲ୍ଲା କିପରି ସାହାଯ୍ୟ ନେଉଛନ୍ତି ତାହା ଆବେଦନକାରୀମାନେ ପ୍ରମାଣ କରିପାରିନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.