Home Top News ‘ଦିଲ୍ଲୀ ଏମ୍‌ସିଡି ଉପନିର୍ବାଚନ’ – ଖାତା ଖୋଲିପାରିଲାନି ବିଜେପି, ଆପ୍୪ ଏବଂ କଂଗ୍ରେସ ୧ ଆସନରେ...

‘ଦିଲ୍ଲୀ ଏମ୍‌ସିଡି ଉପନିର୍ବାଚନ’ – ଖାତା ଖୋଲିପାରିଲାନି ବିଜେପି, ଆପ୍୪ ଏବଂ କଂଗ୍ରେସ ୧ ଆସନରେ ବିଜୟୀ

60

ନୂଆ ଦିଲ୍ଲୀ ୩-୩ (ଓଡ଼ିଆ ପୁଅ) ବୁଧବାର ଦିନ ଦିଲ୍ଲୀର ଏମ୍ସିଡି ବାଇଇଲେକେସନ୍ ରେ ପାଞ୍ଚଟି ଆସନ ମଧ୍ୟରୁ ଚାରିଟିରେ ଆମ୍ ପାର୍ଟି (AAP) ବିଜୟଲାଭ କରିଛି। ବିଗତ ୧୪ ବର୍ଷ ଧରି ତିନୋଟି ସିଭିଲ୍ବଡ଼ି (କର୍ପୋରେସନ୍)ରେ ବିଜେପିର ଶାସନ ଥିବା ବେଳେ ଏବେ କୌଣସି ଆସନରେ ବିଜେପି ଜିତିପାରିନାହିଁ। ଅପର ପକ୍ଷରେ କଂଗ୍ରେସ ଗୋଟିଏ ୱାର୍ଡରେ ବିଜୟ ଲାଭ କରିଛି।

AAP, କଲ୍ୟାଣପୁରୀ, ତ୍ରିଲୋକପୁରୀ ପୂର୍ବ, ଶାଲିମର ବାଗ ଏବଂ ରୋହିଣୀ-ସି ୱାର୍ଡରେ ବିଜୟଲାଭ କରିଥିବା ବରିଷ୍ଠ AAP ନେତା ତଥା ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆ ଏକ ଟୁଇଟ୍ ରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପାଞ୍ଚଟି ଏମସିଡି ସିଟ୍ ମଧ୍ୟରୁ ଚାରିଟିରେ ବଡ଼ ବିଜୟ ପାଇଁ AAP କର୍ମୀଙ୍କୁ ଅଭିନନ୍ଦନ। ଦିଲ୍ଲୀର ଲୋକମାନେ ବିଜେପି ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ଆସନ୍ତା ବର୍ଷ ପୌର ନିର୍ବାଚନରେ ​​ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କ ଅଧୀନରେ ଏହାର ଉତ୍କୃଷ୍ଟ ଶାସନ ମଡେଲ ପାଇଁ AAP କୁ କ୍ଷମତାକୁ ଆଣିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟଯେ, ଆସନ୍ତା ବର୍ଷ ଦିଲ୍ଲୀରେ ପୌର ନିର୍ବାଚନକୁ ହେବାକୁ ଯାଉଛି। ଦିଲ୍ଲୀର ଲୋକମାନେ ପୁଣି ଥରେ କାମ ନାମରେ ଭୋଟ୍ ଦେଇଛନ୍ତି ବୋଲି କହିଛନ୍ତି ‘ଆପ’ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ସମସ୍ତ ବିଜୟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେ ତାଙ୍କ ଚ୍ୱିଟ୍ ରେ କହିଛନ୍ତିଯେ, ଏମସିଡିରେ ୧୫ ବର୍ଷର ବିଜେପି ବିଭ୍ରାଟ ଯୋଗୁଁ ଜନସାଧାରଣ ଅସୁବିଧାରେ ପଡ଼ିଛନ୍ତି। ଏବେ ଲୋକମାନେ ଏମସିଡିରେ ଆମ୍ ଆଦମୀ ପାର୍ଟିର ସରକାର ଗଠନ କରିବାକୁ ଅପେକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.