Home Coronavirus Outbreak କ୍ବାରେଣ୍ଟାଇନ୍ ହୋମ୍‌ରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

କ୍ବାରେଣ୍ଟାଇନ୍ ହୋମ୍‌ରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

503

ପୋଲସରା ୯-୫ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) କୋରାନାକୁ ନେଇ ସାରା ରାଜ୍ୟରେ ମହା ବିପତ୍ତି ମାଡ଼ି ଆସୁଥିବା ବେଳେ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ନେଇ ବର୍ତ୍ତମାନ ଗଂଜାମ ଜିଲ୍ଲା ରେଡ଼୍ ଜୋନ୍‌ରେ। ଏଭଳି ଭୟାବହ ସ୍ଥିତିରେ ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଢୁଙ୍କାପଡା ପଞ୍ଚାୟତର କ୍ବାରେଣ୍ଟାଇନ୍ ହୋମ୍ ରେ ଜଣେ ସୁରତ ଫେରନ୍ତାଙ୍କ ମୃତ୍ୟୁବରଣ ହୋଇଛି। ମୃତକ ଜଣଙ୍କ ହେଲେ ପୋଲସରା ବ୍ଲକ ମଧୁପଲ୍ଲୀ ଗାଁର। ଗତ ୩ ଦିନ ତଳେ ସୁରତ ସହରରୁ ବସ୍ ଯୋଗେ ପୋଲସରା ବ୍ଲକ ସ୍ଥିତ ଢୁଙ୍କାପଡା ପଞ୍ଚାୟତର କ୍ବାରେଣ୍ଟାଇନ୍ ହୋମ୍ ରେ ରହିଥିଲେ। କ୍ବାରେଣ୍ଟାଇନ୍ ହୋମ୍ ରେ ରହିବା ପରେ ଗୁରୁବାର କୌଣସି କାରଣ ଜନିତ ପ୍ରଫୁଲ୍ଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅବନତି ଘଟି ଜ୍ବର ହୋଇଥିଲା। ଯାହାକୁ ନେଇ ଶୁକ୍ରବାର ଏକ ଡାକ୍ତର ଟିମ୍ ଆସିବା ପୂର୍ବରୁ ସୁରତ ଫେରନ୍ତା ପ୍ରଫୁଲ୍ଲ କୁମାର ବେହେରାଙ୍କ ଆକସ୍ମିତ ଭାବେ ମୃତ୍ୟୁବରଣ ହୋଇଥିଲା।

କରୋନା ନେଇ ଗଂଜାମ ଜିଲ୍ଲାରେ ଦିନକୁ ଦିନ ସଂଙ୍କ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ରେଡ଼୍ ଜୋନ୍ ନେଇ ସ୍ଥାନୀୟ ପ୍ରଶାସନ ର ନିଦ ହଜାଇ ଦେଇଛି। ଏଭଳି ସ୍ଥିତିରେ କ୍ବାରେଣ୍ଟାଇନ୍ ହୋମ୍‌ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଶବକୁ ବ୍ରହ୍ମପୁର ମେଡ଼ିକାଲକୁ ପଠାଇଥିବା ସୂଚନା ମିଳିଛି। ହେଲେ ଏପଟେ ମୃତକଙ୍କ ପରିବାର ରୋଜଗାର ସ୍ବାମୀ ହରାଇ ସ୍ତ୍ରୀ ଓ ଚାରି ଝିଅ ଏବେ ବିକଳ ହୋଇ କାନ୍ଦି ବଞ୍ଚିବାର ରାହା ଖୋଜୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.