Home Coronavirus Outbreak ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

106

ଭୁବନେଶ୍ୱର ୧ ଜୁଲାଇ, (ଓଡ଼ିଆ ପୁଅ) ଆଜି ଆଉ ଜଣେ ଗଞ୍ଜାମ ଜିଲ୍ଲାର ୫୨ ବର୍ଷ ବୟସ୍କ ପୁରୁଷ କୋଭିଡ ପଜିଟିଭ ରୋଗୀଙ୍କର ବ୍ରେନ୍‌ ମେଟାଷ୍ଟାସିସ୍ ସହିତ ଫୁସଫୁସର କର୍କଟ କାରଣରୁ ଦେହାନ୍ତ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ରାଜ୍ୟରେ ମୋଟ କରୋନା କାରଣରୁ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କାରଣରୁ ୮ ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ରାଜ୍ୟରେ ଆଉ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୯ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.