Home Coronavirus Outbreak ବାଲେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫କୁ ବୃଦ୍ଧି

ବାଲେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫କୁ ବୃଦ୍ଧି

116

ଭୁବନେଶ୍ୱର ୫-୫ (ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲାରୁ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ତେଣୁ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ ମୋଟ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏହି ଜିଲ୍ଲାରେ ଏ ପର୍ଯ୍ୟନ୍ତ ୪ ଜଣ ସୁସ୍ଥ ହୋଇଥିବା ବେଳେ ୨୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟଯେ, ଆଜି ଗୋଟିଏ ଦିନରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ରେ ପହଞ୍ଚିଛି। ସେଥିରେ ବାଲେଶ୍ୱରରୁ ୩, ସୁନ୍ଦରଗଡ଼, ଗଞ୍ଜାମ ଓ କଟକରୁ ଜଣେ ଲେଖାଏଁ ଅଛନ୍ତି। ଏମାନେ କୋଲକାତା ଏବଂ ସୁରାଟ ଲିଙ୍କ ଥିବା ଜଣା ପଡ଼ିଛି। ସମସ୍ତଙ୍କୁ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, ଆଜି ସୁଦ୍ଧା ରାଜ୍ୟରେ କରୋନାରେ ୧୭୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ସୁସ୍ଥ ହୋଇଛନ୍ତି। ୧୧୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.