Home ଅପରାଧ ଗୋଟିଏ ଦିନରେ ଦୁଇଟି ଆତଙ୍କି ହାମଲା: ଗୋଟେ ଜିହାଦୀ;ଗୋଟେ ମାଓବାଦୀ

ଗୋଟିଏ ଦିନରେ ଦୁଇଟି ଆତଙ୍କି ହାମଲା: ଗୋଟେ ଜିହାଦୀ;ଗୋଟେ ମାଓବାଦୀ

848

ଭୁବନେଶ୍ୱର: ଆଜି ଦେଶର ଦୁଇଟି ସ୍ଥାନରେ ଆତଙ୍କି ଆକ୍ରମଣ ହୋଇଛି।ଗୋଟେ ଆକ୍ରମଣ ଜିହାଦୀ କରିଥିବା ବେଳେ ଗୋଟେ ଆକ୍ରମଣ ମାଓବାଦୀ କରିଛନ୍ତି।ଉଭୟ ଆକ୍ରମଣରେ ସୁରକ୍ଷା ବଳ ସହ ବିଜେପି ନେତାଙ୍କର ମୃତ୍ୟୁ ଘଟିଛି।

ଆଜି ସକାଳେ ଜାମ୍ମୁ କାଶ୍ମୀରର କିସ୍ତୱାଡ଼ ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାନ୍ତ ସହ ସେବା ପ୍ରମୁଖ ଚନ୍ଦ୍ରକାନ୍ତ ଶର୍ମାଙ୍କର ମୃତ୍ୟୁ ଘଟିଛି।ଏହା ସହ ତାଙ୍କର ପିଏସଓ ରାଜେନ୍ଦ୍ର କୁମାରଙ୍କର ମଧ୍ୟ ମୃତ୍ୟୁ ଘଟିଛି।ରାଜେନ୍ଦ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତ୍ୱର ଆହତ ଚନ୍ଦ୍ରକାନ୍ତଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି।ରାଜେନ୍ଦ୍ର ଶର୍ମା ବିଜେପିର ରାଜ୍ୟ ସଚିବ ଅନୀଲ ପରିହାରଙ୍କର ନିକଟତର ଥିଲେ।ଗତ ବର୍ଷ ଅନୀଲ ପରିହାର ଏବଂ ତାଙ୍କ ଭାଇଙ୍କୁ ଆତଙ୍କି ମାନେ ଗୁଳି କରି ହତ୍ୟା କରିଥିଲେ।

ସେହିପରି ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ଛତିଶଗଡ଼ରେ ହୋଇଛି ବଡ଼ ଧରଣର ମାଓ ହମଲା।ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେଓ୍ଵାଡାରେ ବିଜେପି ବିଧାୟକଙ୍କ ଗାଡି ଉପରେ ହୋଇଛି ଆକ୍ରମଣ।ଏହି ଆକ୍ରମଣରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ମୃତ୍ୟୁ ଘଟିଛି।ଏବଂ ଏହା ସହ ବିଧାୟକଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ସୁରକ୍ଷାକର୍ମୀ ଓ ଗାଡି ଚାଳକଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି।ଦାନ୍ତେଓ୍ଵାଡା ଛତିଶଗଡ଼ର ବସ୍ତର ଲୋକସଭା କ୍ଷେତ୍ରରେ ରହିଛି ଏବଂ ଏଠାରେ ଏପ୍ରିଲ ୧୧ରେ ମତଦାନ ହେବାକୁ ଅଛି।ଦାନ୍ତେଓ୍ଵାଡାର ନକୁଲନାର ନିକଟରେ ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡି ଉପରେ ନକ୍ସଲ ଏହି ହମଲା କରିଛନ୍ତି।ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରି ପୋଲିସ ଭ୍ୟାନକୁ ଉଡ଼ାଇ ଦେଇଛନ୍ତି ନକ୍ସଲ।ସୂଚନା ମୁତାବକ ଭୀମା ମାଣ୍ଡଭି କୁଆକୋଣ୍ଡା ବ୍ଲକର ଶ୍ୟାମଗିରି ଗାଁରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ନକୁଲନାର ଫେରୁଥିଲେ।ସେହି ସମୟରେ ନକ୍ସଲ ଦ୍ଵାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ ଉପରେ ତାଙ୍କର ବୁଲେଟ୍ ପ୍ରୁଫ ଗାଡି ଗତି କରିଥିଲା ଏବଂ ଗାଡି ବିସ୍ଫୋରଣରେ ଉଡ଼ି ଯାଇଥିଲା।ଏହି ଘଟଣା ସନ୍ଧ୍ୟା ପ୍ରାୟ ୪ଟା ୩୦ରେ ଘଟିଥିବା କୁହାଯାଉଛି।ଆକ୍ରମଣ ପରେ ଘଟଣାସ୍ଥଳକୁ ସିଆରପିଏଫ ଓ ରାଜ୍ୟ ପୋଲିସର ଅଧିକ ସଂଖ୍ୟକ ପୋଲିସକୁ ପଠାଯାଇଛି।ଆଖପାଖ ଅଞ୍ଚଳକୁ ସିଜ୍ କରି ଦିଆଯାଇଛି।ଏହା ସହିତ ଆକ୍ରମଣକାରୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି।

ଛତିଶଗଡ଼ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ସେ ଏହି ନେଇ ଦୁଇଟି ଟ୍ୱିଟ କରିଛନ୍ତି।ଗୋଟିଏ ଟ୍ୱିଟରେ ମୋଦୀ ଲେଖିଛନ୍ତି, ” ଛତିଶଗଡ଼ରେ ମାଓବାଦୀ ଆକ୍ରମଣର କଡ଼ା ନିନ୍ଦା କରୁଛି।ସହିଦ ହୋଇଥିବା ସୁରକ୍ଷା କର୍ମୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି।ଏହି ସହିଦ ମାନଙ୍କର ବଳିଦାନ ବ୍ୟର୍ଥ ଯିବନି।” ସେହିପରି ମୋଦୀ ଆଉ ଏକ ଟ୍ୱିଟ କରି ଲେଖିଛନ୍ତି, ” ଶ୍ରୀ ଭୀମା ମଣ୍ଡାବୀ ବିଜେପିର ସମର୍ପିତ କାର୍ଯ୍ୟକର୍ତ୍ତା ଥିଲେ।ପରିଶ୍ରମୀ ଏବଂ ସାହସୀ ଥିଲେ।ସେ ଛତିଶଗଡ଼ ଲୋକଙ୍କୁ ସହାୟତା କରିଛନ୍ତି।ତାଙ୍କ ନିଧନ ଗଭୀର ଦୁଃଖଦ ଅଟେ।ତାଙ୍କ ପରିବାର ଏବଂ ସମର୍ଥନକଙ୍କ ପ୍ରତି ସମ୍ବେଦନା।ଶାନ୍ତି।”//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.