Home ଓଡ଼ିଶା ନିଶା ଔଷଧ ବିକ୍ରି କରି ଜଣେ ଗିରଫ

ନିଶା ଔଷଧ ବିକ୍ରି କରି ଜଣେ ଗିରଫ

139

ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜଗନ୍ନାଥ ବଲ୍ଲଭ ମଠ ଗାଡିପାର୍କିଂ ସ୍ଥଳ ଏବେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ନିଶା ଔଷଧ ବିକ୍ରି ହେଉଥିବା ବେଳେ ଟାଉନଥାନା ପୁଲିସ ଚଢଉ କରି ଜଣଙ୍କୁ ଗିରଫ କରିଛି। ତାଙ୍କଠାରୁ ୨୦ କୋରେକ୍ସ ବୋତଲ ଜବତ କରାଯାଇଛି। ସୋମବାର ଟାଉନଥାନା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଜଗନ୍ନାଥ ବଲ୍ଲଭ ପାର୍କିଂ ରେ ନିଶା କାରବାର ହେଉଥିବା ଖବର ମିଳିଥିଲା। ପୁଲିସ ସେଠାରେ ଅତର୍କିତ ଚଢାଉ କରିଥିଲେ। ଚଢାଉବେଳେ କେତେକ ନିଶାଖୋର ଘଟଣାସ୍ଥଳରୁ ଖସି ପଳାଇଥିଲା ବେଳେ ସେହି ଅଂଚଳର ସୁଦର୍ଶନ ଦାସ (୪୪)ଙ୍କୁ ପୁଲିସ ଗିରଫ କରିଥିଲା। ଗାଡି ପାର୍କିଂ ଅଂଚଳରେ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟ ନଥିବାରୁ ଏହି ଅଂଚଳ ନିଶା ବେପାରୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। କିଛିଦିନ ତଳେ ପୁଲିସ ଚଢାଉ କରି ବହୁ ପରିମାଣରେ ନିଶା ଔଷଧ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିଲା। ଭୁବନେଶ୍ୱରରୁ ବାଇକ ଯୋଗେ ପୁରୀକୁ କୋରେକ୍ସ ଚାଲାଣ ହେଉଥିବା ପୁଲିସ ତଦନ୍ତ ବେଳେ ଜଣାପଡିଛି। ଗିରଫ ଅଭିଯୁକ୍ତ ସୁଦର୍ଶନଙ୍କୁ ମଙ୍ଗଳବାର ପୁଲିସ କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.