Home ଓଡ଼ିଶା “ଫନି”ପରେ ପୁରୀ ପର୍ଯ୍ୟଟନ ଶିଳ୍ପକୁ “କରୋନା”ମାଡ

“ଫନି”ପରେ ପୁରୀ ପର୍ଯ୍ୟଟନ ଶିଳ୍ପକୁ “କରୋନା”ମାଡ

104

ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ପର୍ଯ୍ୟଟନ ଶିଳ୍ପକୁ ପୁଣି ଲାଗିଛି ବଡ ଝଟକା। ଫନି ପତର ଗତ ୨ମାସ ହେବ ଅଂଟା ସଳଖି ଥିବା ହୋଟେଲ ଶିଳ୍ପ ଓ ବ୍ୟବସାୟୀଙ୍‌କ ଉପରେ ପୁଣି ପିଡିଛି କରୋନା ମାଡ। ସରକାରଙ୍କ କଟକଣା ଯୋଗୁଁ ପୁରୀ ଠପ ହୋଇଯାଇଛି। ବଡଦାଣ୍ଡ ଓ ସମୁଦ୍ରକୂଳରେ ମାଛି ଉଡିଛନ୍ତି। ଗତକାଲି ଠାରୁ ପୁରୀ ଭକ୍ତ ଶୂନ୍ୟ ରହିଛି। ସମୁଦ୍ର ବେଳାମାର୍ଗରେ ୧୪୪ ଧାରା ଯୋଗୁଁ ପୁରୀର ସମସ୍ତ ହୋଟେଲ ଖାଲି ହୋଇଯାଇଛି। ବଡଦାଣ୍ଡ ଓ ସମୁଦ୍ର କୂଳରେ ବ୍ୟବସାୟ କରି ଚଳୁଥିବା ଛୋଟ ମଧ୍ୟମ ଉଠା ବ୍ୟବସାୟ ଏହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେ ପଟେ ଐତିହ୍ୟ କରିତର ଯୋଗୁ ଜୀବିକା ହରାଇଥିବା ହଜାର ହଜାର ଛୋଟ ବ୍ୟବସାୟୀ ମଧ୍ୟ କରୋନା କଟକଣା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ପରିବାର କେମିତି ଚଳିବ କେମିତି ବଂଚିବେ ବୋଲି ପ୍ରଶ୍ନ କରିଛନ୍ତି। ଗତ ମେ ୩ ତାରିଖରେ ଫନି ମହାବାତ୍ୟା ପୁରୀକୁ ଥରାଇ ଦେଇଥିଲା।ପର୍ଯ୍ୟଟନ ଶିଳ୍ପ ଧ୍ୱଂସ ହୋଇଯାଇଥିଲା। ଏବେ ପୁଣି ୧୦ ମାସ ଭିତରେ କରୋନା କଟକଣା ପୁରୀର ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରିଛି। ଫନିରେ ପର୍ଯ୍ୟଟନ ଶିଳ୍ପର ଭରଣା ପାଇଁ ଟଙ୍କା ଟିଏ ଦେଇନଥିବା ସରକାର ମାତ୍ରାଧିକ କରୋନା କଟକଣା ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଫନି ମହାବ୍ୟାାରେ ପୁରୀର ଏକ ହଜାରରୁ ଅଧିକ ହୋଟେଲ ଶିଳ୍ପର ଆର୍ଥିକ ମେରୁଦଣ୍ଡ ଭାଂଗି ପଡିଥିଲା। ମାଲିମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହୋଟେଲ ସଜାଡିଥିଲେ। ସବୁ ପ୍ରତିକୂଳ ପରିସ୍ଥିତିରେ ପୁରୀ ଅଂଟା ସଳଖି ଥିଲା। ଅନ୍ୟପକ୍ଷରେ ଫନିରେ ସମୁଦ୍ର କୂଳରେ ବ୍ୟବସାୟ କରି ଚଳୁଥିବା ପ୍ରାୟ ୨ହଜାର ବ୍ୟବସାୟ ଉଠା ଦୋକାନୀ ପ୍ରଭାବିତ ହୋଇଥିଲେ। ଗତ ୪ ମାସ ତଳେ ସରକାର ହେରିଟେଜ କରିତର ଘୋଷଣା କରିଥିଲେ। ପୁରୀ ବିକାଶ ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ। ଶ୍ରୀମନ୍ଦିର ଚାରିପାଖରୁ ଉଛେଦ ଓ ସୌନ୍ଦର୍ଯ୍ୟୀକରଣ କାମ ପାଇଁ ହଜାର ବ୍ୟବସାୟ ଜୀବିକା ହରାଇଥିଲେ। ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବହୁ କର୍ମଚାରୀ ମଧ୍ୟ ଜୀବିକା ହରାଇଥିଲେ।ଉଛେଦ ହୋଇଥିବା ବ୍ୟବସାୟୀଙ୍କୁ ଏ ଯାଏ ଥଇଥାନ କରାଯାଇନାହିଁ। ଘରେ ହାତ ବାନ୍ଧି ବସିଥିବା ବ୍ୟବସାୟୀ ଓ ଠିଆ ହେବାକୁ ଉଦ୍ୟମ କରୁଥିବା ହୋଟେଲ ଶିଳ୍ପ ଏବେ କରୋନା କଟକଣା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ପୁରୀ ପ୍ରଶାସନ କରୋନା ବିପର୍ଯ୍ୟୟ ମୁକାବିଲା ପାଇଁ ପୁରୀକୁ ଏକ ପ୍ରକାର ଅଚଳ କରିଦେଇଛନ୍ତି। ହଜାର ହଜାର ପର୍ଯ୍ୟଟକଙ୍କ କୋଳାହଳରେ ଫାଟି ପଡୁଥିବା ପୁରୀରେ ଗତକାଲି ଠାରୁ ଜନଶୁନ୍ୟ ରହିଛି। ମଲ ବନ୍ଦ ଶ୍ରୀମନ୍ଦିରକଟକଣା ଯୋଗୁଁ ଶହ ଶହ ଉଠା ଦୋକାନୀ ବଳିତା ଫଟୋ ଭୋଗ ଦୋକାନୀ ସେମାନଙ୍କ ପେଡି ବାନ୍ଧି ଘରକୁ ପଳାଇଛନ୍ତି। ଭକ୍ତ ନଥିବାରୁ ବ୍ୟବସାୟ ନାହିଁ। ଟ୍ୟୁରିଷ୍ଟ ବସ ବାତିଲ ଯୋଗୁଁ ଏହା ଉପରେ ପରୋକ୍ଷ ପ୍ରତ୍ୟକ୍ଷ ଭାବେ ନିର୍ଭର କରୁଥିବା ଟୁର ଅପରେଟର ଟ୍ୟାକ୍ସି ମାଲିକ ବସ ମାଲିକ କର୍ମଚାରୀ ହାତ ବାନ୍ଧି ବସିଛନ୍ତି। କଟକଣା ଲଗାଇବା ପୂର୍ବରୁ ଏ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ କ୍ଷତିଗ୍ରସ୍ତ ବ୍ୟବସାୟୀ ଓ ପର୍ଯ୍ୟଟନ ଶିଳ୍ପର କ୍ଷତିଭରଣା ପାଇଁ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.