Home Top News ହୁ ହୁ ହୋଇ ବଢ଼ି ଚାଲିଛି ତେଲ ଦର; ଟ୍ୟାକ୍ସ ଉପରେ ଦୁଇ ଓଡ଼ିଆ ପୁଅଙ୍କ...

ହୁ ହୁ ହୋଇ ବଢ଼ି ଚାଲିଛି ତେଲ ଦର; ଟ୍ୟାକ୍ସ ଉପରେ ଦୁଇ ଓଡ଼ିଆ ପୁଅଙ୍କ ଦୁଇ ମତ .. କାହା ସପକ୍ଷରେ ଆପଣ?

234

ଭୁବନେଶ୍ୱର: ହୁ’ ହୁ’ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଆଉ ଡିଜେଲ ଦର। ଯାହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି। ଏ’ ନେଇ ସାଧାରଣ ଲୋକଙ୍କୁ ସହାୟତା ଦେବାକୁ ସରକାର ଟ୍ୟାକ୍ସ କମାନ୍ତୁ ବୋଲି ସରକାରଙ୍କ ଉପରେ ଚାପ ବି ବଢ଼ିବାରେ ଲାଗିଛି। ବିରୋଧୀଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏ’ ନେଇ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ତେବେ, ତେଲ ଦର ବୃଦ୍ଧି ନେଇ ସଫେଇ ଦେଇ ବିଭିନ୍ନ କାରଣ ଦର୍ଶାଇବା ସହ ଟିକସ ହ୍ରାସ କରିବା ଦାବୀ ପ୍ରସଙ୍ଗରେ ନିଜର ମତ ରଖି କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମହାମାରୀ କରୋନା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ଏକାଧିକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ ଆଦାୟ କରୁଛନ୍ତି। ବିକାଶମୂଳକ କାର୍ଯ୍ୟକ୍ରମ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ। ବିକାଶମୂଳକ କାର୍ଯ୍ୟକ୍ରମରେ ପୁଞ୍ଜି ନିବେଶ କରାଗଲେ ରୋଜଗାର ବୃଦ୍ଧି ପାଇବ। ସରକାର ଅଧିକ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବଜେଟ୍‌ରେ ଏହାର ବ୍ୟବସ୍ଥା ମଧ୍ୟ ହୋଇଥିବା କହିଛନ୍ତି ତୈଳମନ୍ତ୍ରୀ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ।

ତେବେ, ଟିକସ ପ୍ରସଙ୍ଗରେ ଭିନ୍ନ ମତ ଦେଇଛନ୍ତି ଅନ୍ୟ ଜଣେ ଓଡ଼ିଆ ପୁଅ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଶକ୍ତିକାନ୍ତ ଦାସ ଟ୍ୟାକ୍ସ କମାଇ ତୈଳଦର ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚାଲିଥିବା ମୁଦ୍ରାନୀତି ସମୀକ୍ଷା ବୈଠକ (ଏମପିସି) ପୂର୍ବରୁ ଏଭଳି ମତ ରଖିଛନ୍ତି ଶକ୍ତିକାନ୍ତ ଦାସ। ଶକ୍ତିକାନ୍ତ ଦାସ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କୁ ଅପିଲ୍ କରିଛନ୍ତି କି ପରୋକ୍ଷ ଭାବେ ଆଦାୟ କରାଯାଉଥିବା ଟ୍ୟାକ୍ସକୁ କମାଯାଉ। ଯାହା ଫଳରେ ପେଟ୍ରୋଲ ଓ ଡିଜେଲର ଦର ହ୍ରାସ ପାଇବ। ଏହାସହ ସେ ପରାମର୍ଶ ଦେଇଛନ୍ତି କି ଟ୍ୟାକ୍ସକୁ ଧିରେ ଧିରେ କମାଇବା ଦରକାର, ଯାହା ଫଳରେ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ନାହିଁ।
/- ଦେବଦତ୍ତ ରଥ

ହୁ’ ହୁ’ ହୋଇ ବଢ଼ି ଚାଲିଛି ତେଲ ଦର; ନିଜ ବିଭାଗ କଥା ଛାଡ଼ି ଅନ୍ୟସବୁ ବିଭାଗ କଥା କହୁଛନ୍ତି ମନ୍ତ୍ରୀ: ବାହାନା ଛାଡ଼ ଷ୍ଟକ୍ କୁଆଡ଼େ ଗଲା କୁହ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.