Home Coronavirus Outbreak ରାଜ୍ୟରେ ରେକର୍ଡ଼ ସଂଖ୍ୟକ ମୃତ୍ୟୁ – ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ...

ରାଜ୍ୟରେ ରେକର୍ଡ଼ ସଂଖ୍ୟକ ମୃତ୍ୟୁ – ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୩୦ କୁ ବୃଦ୍ଧି

129

ଭୁବନେଶ୍ୱର ୨୫-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ମୃତ୍ୟୁ। ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୩୦ କୁ ବୃଦ୍ଧି ପାଇଛି।

ବାଲେଶ୍ୱରରୁ ୨ ଜଣ, ଗଜପତି ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, ରାୟଗଡ଼ାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୦ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ସୁନ୍ଦରଗଡ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୨- ଗଜପତି ଜିଲ୍ଲାର ଜଣେ ୩୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୬- ଝାରସୁଗୁଡା ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କ ପୁରୁଷ।
୭- ସୁନ୍ଦରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।
୮- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।
୯- ବାଲେଶ୍ୱର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ମୋଟାପଣରେ ମଧ୍ୟ ପୀଡିତ ଥିଲେ।
୧୦- ରାୟଗଡା ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ ଏବଂ ମୋଟାପଣରେ ମଧ୍ୟ ପୀଡିତ ଥିଲେ।
ଏମାନଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.