Home Coronavirus Outbreak ପୁଣି ରାଜ୍ୟରେ କରୋନା ନେଲା ୪ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି

ପୁଣି ରାଜ୍ୟରେ କରୋନା ନେଲା ୪ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି

82

ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୪ ମୁଣ୍ଡ। ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି ପାଇଛି। ତେବେ ଅନୁଗୁଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ ଏବଂ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଅନ୍ୟ କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୋଟ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୨୬ କୁ ବୃଦ୍ଧି ପାଇଛି। ଅନ୍ୟ କାରଣରୁ ଭଦ୍ରକ ଜିଲ୍ଲାରୁ ଜଣେ ଏବଂ ଯାଜପୁର ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଚାରିଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।
୧- ଅନୁଗୁଳ ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ ଯିଏ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପୀଡିତ ଥିଲେ।
୨- ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
୩- ଗଜପତି ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ହୃଦଘାତରେ ମଧ୍ୟ ପୀଡିତ ଥିଲେ।
୪- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

ଅନ୍ୟ ୨ ଜଣ କୋଭିଡ ପଜିଟିଭ ରୋଗୀଙ୍କର ଅନ୍ୟାନ୍ୟ କାରଣ ହେତୁ ଦେହାନ୍ତ ହୋଇଛି

୧- ଯାଜପୁର ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କା ମହିଳା ଯିଏକି ଗର୍ଭାଶୟ, ପେଟ, ଫୁସଫୁସ ଏବଂ ମସ୍ତିଷ୍କର କର୍କଟ କାରଣରୁ ଦେହାନ୍ତ ହୋଇଛି।

୨- ଭଦ୍ରକ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯାହାଙ୍କର ସିଜର ଜିସ୍ଅର୍ଡ଼ର କାରଣରୁ ଦେହାନ୍ତ କରିଛନ୍ତି।

ଅନୁଗୁଳ ଜିଲ୍ଲା ରେ ୧୬୫ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୪୫ [+୮] ଜଣ ସକ୍ରୀୟ ଅଛନ୍ତି। ୧୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲା ରେ ୩୧୪ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮ [+୯] ଜଣ ସକ୍ରୀୟ ଅଛନ୍ତି। ୨୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲା ରେ ୬୬୪ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୧ [+୨୦] ଜଣ ସକ୍ରୀୟ ଅଛନ୍ତି। ୫୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୫, ୦୯୮ [+୨୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୯୯୦ [+୨୨୯] ଜଣ ସକ୍ରୀୟ ଅଛନ୍ତି। ୩, ୦୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୯୩୪ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୭ [-୧] ଜଣ ସକ୍ରୀୟ ଅଛନ୍ତି। ୬୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.