Home ଓଡ଼ିଶା କାମ୍ପା ଫଣ୍ଡରୁ ଓଡିଶାକୁ ଦେଶର ସବୁଠୁ ଅଧିକ ୫, ୯୩୩ କୋଟି ଅନୁଦାନ :ମୋଦି ସରକାରରେ...

କାମ୍ପା ଫଣ୍ଡରୁ ଓଡିଶାକୁ ଦେଶର ସବୁଠୁ ଅଧିକ ୫, ୯୩୩ କୋଟି ଅନୁଦାନ :ମୋଦି ସରକାରରେ ପୁଣି ଓଡିଶାକୁ ମିଳିଲା ପ୍ରାଥମିକତା:ବିଜେପି

271

– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି
– ରାଜ୍ୟରେ ପୁନଃବନୀକରଣ ଓ ପର୍ଯ୍ୟାବରଣକୁ ସବୁଜ ସୁନ୍ଦର କରିବା ପାଇଁ ଏହି ଅର୍ଥ ସହାୟକ ହେବ
– ବନୀକରଣ ପାଇଁ ଦେଶର ୨୭ଟି ରାଜ୍ୟକୁ କେନ୍ଦ୍ରସରକାର ସମୁଦାୟ ୪୭, ୪୩୬ କୋଟି ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର, ତା.୨୯/୦୮ (ଓଡ଼ିଆ ପୁଅ) : ରାଜ୍ୟରେ ବନୀକରଣ ପାଇଁ ‘କେନ୍ଦ୍ରସରକାରଙ୍କ କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ (କାମ୍ପା)’ ଫଣ୍ଡରୁ ଓଡିଶାକୁ ଦେଶର ସବୁଠୁ ଅଧିକ ୫, ୫୩୩ କୋଟି ଟଙ୍କା ଅନୁଦାନ ମିଳିଛି। ବନୀକରଣ ପାଇଁ ଦେଶର ୨୭ଟି ରାଜ୍ୟକୁ କେନ୍ଦ୍ରସରକାର ସମୁଦାୟ ୪୭, ୪୩୬ କୋଟି ସହାୟତା ରାଶି ପ୍ରଦାନ କରିଛନ୍ତି। ଆଜି କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକର ବିଭିନ୍ନ ରାଜ୍ୟର ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହ ଦେଶର ବନୀକରଣକୁ ବଢାଇବା ସଂର୍ପକରେ ଆଲୋଚନା କରିବା ସହ ଏହି ଅନୁଦାନ ରାଶି ଘୋଷଣା କରିଛନ୍ତି। କେନ୍ଦ୍ରସରକାରଙ୍କ ଠାରୁ ଓଡିଶାକୁ ସବୁଠୁ ଅଧିକ ଅନୁଦାନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ତଥା ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।

ସବୁସମୟରେ ମୋଦି ସରକାର ଓଡିଶାର ବିକାଶକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଆଜି ପୁଣି ଥରେ ମୋଦି ସରକାର ଓଡିଶାକୁ ପ୍ରାଥମିକତା ଦେଇ କାମ୍ପା ଫଣ୍ଡରୁ ସବୁଠୁ ଅଧିକା ୫, ୯୩୩ କୋଟି ଅନୁଦାନ କରିଛନ୍ତି। ବାତ୍ୟା ଫୋନିରେ ହଜାର ହଜାର ଗଛି ଭାଙ୍ଗି ପଡିଛି। ରାଜ୍ୟରେ ପୁନଃବନୀକରଣ ଓ ପର୍ଯ୍ୟାବରଣକୁ ସବୁଜ ସୁନ୍ଦର କରିବା ପାଇଁ ଏହି ଅର୍ଥ ବିଶେଷ ଭାବରେ ସହାୟକ ହେବ। ଏହି ଅନୁଦାନ ଅର୍ଥକୁ ରାଜ୍ୟସରକାର ଠିକ୍ ଭାବେ ବ୍ୟବହାର କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.