Home Coronavirus Outbreak ମ୍ୟୁକର୍ମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) କୁ ନୋଟିଫିଏବଲ୍‌ ଡିଜିଜ୍ ଘୋଷଣା କଲା ଓଡ଼ିଶା

ମ୍ୟୁକର୍ମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) କୁ ନୋଟିଫିଏବଲ୍‌ ଡିଜିଜ୍ ଘୋଷଣା କଲା ଓଡ଼ିଶା

146

ଭୁବନେଶ୍ୱର ୨୦-୫ (ଓଡ଼ିଆ ପୁଅ) କର୍ଟିକୋ ଷ୍ଟେରଏଡ ଅଧୀନରେ ଥିବା COVID-୧୯ ରୋଗୀଙ୍କ ମଧ୍ୟରେ ମୁକର୍ମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) ରୋଗର ବୃଦ୍ଧି ହେତୁ ଏପିଡେମିକ୍ ରୋଗ ଅଧିନିୟମ -୧୮୯୭ ଅନୁଯାୟୀ ମ୍ୟୁକୋରେମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) କୁ ନୋଟିଫିଏବଲ୍‌ଡିଜିଜ୍ /ମହାମାରୀ ଭାବରେ ଅନ୍ତର୍ଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ରୋଗ ବିଶେଶ କରି କରୋନା ଚିକିତ୍ସାରେ ଷ୍ଟେରଏଡ୍ ବ୍ୟବହାର କରିବା କିଛି ରୋଗୀଙ୍କ ମଧ୍ୟରେ ଦେଖାଯାଉଛି। ଏହାର ଚିକିତ୍ସା ମନିଟରିଂ ପାଇଁ ବିଭାଗ ଦ୍ୱାରା ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ କମିଟି ଗଠନ ହୋଇସାରିଛି। କମିଟି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏଭଳି ରୋଗୀଙ୍କ ଘଟଣା ଉପରେ ନଜର ରଖିବ ଏବଂ ଚିହ୍ନଟ ହେଲେ ଏଭଳି ମାମଲା ଶୀଘ୍ର ଚିହ୍ନଟ ଏବଂ ପରିଚାଳନା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବ।

ସମ୍ପ୍ରତି ଟାସ୍କଫୋର୍ସ ଜନସଚେତନତା ବ୍ୟତୀତ ଚିହ୍ନଟ, ଚିକିତ୍ସା ଏବଂ ଅନୁସରଣ କାର୍ଯ୍ୟ ପାଇଁ ଏକ ପ୍ରୋଟୋକଲ୍ ପରାମର୍ଶ ଦେଇଛି। ବିଶେଷତଃ ଏପିଡେମିକ୍ ରୋଗ ଅଧିନିୟମ-୧୮୯୭ ଅନୁଯାୟୀ ମ୍ୟୁକୋରେମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) କୁ ଏକ ସୂଚନାଯୋଗ୍ୟ ରୋଗ (ନୋଟିଫିଏବଲ୍‌ଡିଜିଡ୍) ଭାବରେ ଘୋଷଣା କରିବାକୁ କମିଟି ସୁପାରିଶ କରିଛି। ଯାହା ଫଳରେ ସମସ୍ତ ସନ୍ଦିଗ୍ଧ ତଥା ନିଶ୍ଚିତ ମାମଲାଗୁଡ଼ିକର ରିପୋର୍ଟ IDSP ସର୍ଭିଲାନ୍ସ ସିଷ୍ଟମ୍ ମନିଟରିଂ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର ଦ୍ୱାରା ସେୟାର କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.