Home Top News ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ, ବିପଦ ଏବେ...

ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ, ବିପଦ ଏବେ ବି ଟଳିନି

85

ଭୁବନେଶ୍ୱର ୧୪-୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଭିଡିଓ ଜାରି କରି ରାଜ୍ୟବାସୀଙ୍କ ସଚେତନତାର ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ‘ରାଜ୍ୟବାସୀଙ୍କ ସହଯୋଗରେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଆଜି ଭଲ ସ୍ଥିତିରେ ରହିଛି। ଏ ଦିଗରେ ଆମ ପଦକ୍ଷେପକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ପ୍ରଶଂସା କରିଛି। ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି। ଶୂନ୍ୟ ସଂକ୍ରମଣ ଆମର ଲଖ୍ୟ। ମୁଁ ଆଗରୁ କହିଛି, ଏବେ ମଧ୍ୟ ପୁଣି ଥରେ କହୁଛି ରୋଗ କ୍ଷେତ୍ରରେ ଆତ୍ମ ସନ୍ତୋଷ ଠିକ୍‍ ନୂହେଁ କାରଣ ବିପଦ ଏବେ ବି ଟଳି ନାହିଁ।‘ ତେବେ ଏଥିପାଇଁ ଜନତାଙ୍କ ସହଯୋଗରେ ଆବଶ୍ୟକ। ଆମର ପଦକ୍ଷେପକୁ WHO ପ୍ରଶଂସା କରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍ଡାେଉନ୍‍ ପୁଣି ଫେରିଛି। ଲକ୍ଡାମଉନ୍‍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି। ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି। ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱଭାବିକ ଅବସ୍ଥା ଫେରିଛି। ଆମେ କେହି ଲକ୍ଡା୍ଉନ୍କୁକ ଫେରିବାକୁ ଚାହୁଁ ନାହୁଁ। ଆଉ ଲକ୍ଡାଷଉନ୍କୁୋ ନ ଫେରିବାର ଗୋଟିଏମାତ୍ର ଉପାୟ ହେଉଛି ସତର୍କତା। ଆମେ ସତର୍କ ରହିଲେ ଲକ୍ଡାାଉନ୍‍ ଭଳି ସ୍ଥିତି ଉପୁଜିବ ନାହିଁ। ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ଼୍‍ ଗାଇଡ୍ଲାିଇନ୍କୁ୍ କଡ଼ା କଡ଼ି ଭାବରେ ପାଳନ କରିଚାଲିବା।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କ ସହଯୋଗରେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଆଜି ଭଲ ସ୍ଥିତିରେ ରହିଛି। ଏ ଦିଗରେ ଆମ ପଦକ୍ଷେପକୁ ‘ହୁ’ ମଧ୍ୟ ପ୍ରଶଂସା କରିଛି। ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି। ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ। ମୁଁ ଆଗରୁ କହିଛି, ଏବେ ମଧ୍ୟ ପୁଣି ଥରେ କହୁଛି ରୋଗ କ୍ଷେତ୍ରରେ ଆମ୍ ସନ୍ତୋଷ ଠିକ୍ ନୁହେଁ କାରଣ ବିପଦ ଏବେ ବି ଟଳି ନାହିଁ।

ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲଡାଉନ୍ ପୁଣି ଫେରିଛି। ଲଡାଉନ୍ ସମୟର କଷ୍ଟ ଆମ ସୂତିରେ ଏବେ ବି ତାଜା ଅଛି। ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି। ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ଭମାନ ସ୍ବାଭାବିକ ଅବସ୍ଥା ଫେରିଛି। ଆମେ କେହି ଲଡ଼ାଉକୁ ଫେରିବାକୁ ଚାହୁଁ ନାହୁଁ। ଆଉ ଲକଡାଉନ୍‌କୁ ନ ଫେରିବାର ଗୋଟିଏମାତ୍ର ଉପାୟ ହେଉଛି ସତର୍କତା। ଆମେ ସତର୍କ ରହିଲେ ଲକ୍‌ଡାଉନ୍ ଭଳି ସ୍ଥିତି ଉପୁଜିବ ନାହିଁ। ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ଼ ଗାଇଡ୍‌ଲାଇନ୍‌କୁ କଡ଼ା କଡ଼ି ଭାବରେ ପାଳନ କରିଚାଲିବା।

ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା। ବେକରେ ଝୁଲାଇକରି ନୁହେଁ, ଠିକ୍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା। ଘରକୁ ଫେରିଲେ ସାବୁନରେ ଭଲକରି ହାତ ଧୋଇବା। ମୁଁହ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ। ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ।

ବର୍ଭମାନ କରୋନା ପାଇଁ ଟୀକା କରଣ ଆମ ରାଜ୍ୟରେ ସଫଳ ଭାବରେ ଚାଲିଛି। ଏ ଦିଗରେ ମୁଁ ଆପଣମାନଙ୍କର ସହଯୋଗ କାମନା କରୁଛି।

କରୋନା ବିରୁଦ୍ଧରେ ଆମର ଲଢ଼େଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ। ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ। ସେହି ଯୋଦ୍ଧାମାନଙ୍କର ବଳିଦାନକୁ ଆମେ କେବେ ବି ବ୍ୟର୍ଥ ଯିବାକୁ ଦେବା ନାହିଁ। ସତର୍କ ରହିବା ହିଁ ସହିଦ୍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ି ଭାବରେ ତଦାରଖ କରିବା ପାଇଁ ମୁଁ ପ୍ରଶାସନ ଓ ପୋଲିସ୍ କୁ ନିର୍ଦ୍ଦେଶ ଦେଇଛି। ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ।

ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ଆପଣମାନେ ମୋର ଅନୁରୋଧ ରକ୍ଷା କରିବେ ଏବଂ ସତର୍କ ରହିବେ। ଆମେ ସମସ୍ତେ ମିଶି ଶୂନ୍ୟ ସଂକ୍ରମଣ ଲଖ୍ୟ ହାସଲ କରିପାରିବା।

ବନ୍ଦେ ଉତ୍କଳ ଜନନୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.