Home Coronavirus Outbreak ୧୫ ଦିନ ମଧ୍ୟରେ କରୋନାରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଏବଂ ଅନାଥଙ୍କୁ ଚିହ୍ନଟ କରି ମଧୁବାବୁ...

୧୫ ଦିନ ମଧ୍ୟରେ କରୋନାରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଏବଂ ଅନାଥଙ୍କୁ ଚିହ୍ନଟ କରି ମଧୁବାବୁ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

80

ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) ୧୫ ଦିନ ମଧ୍ୟରେ କରୋନାରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଏବଂ ଅନାଥଙ୍କୁ ଚିହ୍ନଟ କରି ମଧୁବାବୁ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟଯେ, କୋଭିଡ ଯୋଗୁ ଅନେକ ପରିବାରର ଆତ୍ମୀୟସ୍ବଜନଙ୍କ ଅସମୟରେ ବିୟୋଗ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ଏହି ଦୁଃଖ ସମୟରେ ସରକାର ସେମାନଙ୍କ ସହିତ ରହିଛନ୍ତି ବୋଲି ସାହସ ଦେଇଥିଲେ।

ପୂର୍ବରୁ ସର୍ବଦଳୀୟ ବୈଠକରେ, କୋଭିଡ ମୃତକଙ୍କ ପରିବାରର ବିଧବା ଓ ବାପା ମା ଙ୍କୁ ହରାଇ ଥିବା ପିଲା ମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଏହା ବ୍ୟତୀତ ସମସ୍ତ ସାମାଜିକ ସୁରକ୍ଷା ହିତାଧିକାରୀଙ୍କ ପାଇଁ ୩ ମାସର ଅଗ୍ରୀମ ପେନ୍ସନ୍ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.