Home ଓଡ଼ିଶା ତାଲା ବନ୍ଦ ରେ ରଣପୁର ସହରାଚଂଳ ଶୁନ୍ ଶାନ୍ ଗ୍ରାମାଚଂଳ ଖୁଲମ୍ ଖୁଲା

ତାଲା ବନ୍ଦ ରେ ରଣପୁର ସହରାଚଂଳ ଶୁନ୍ ଶାନ୍ ଗ୍ରାମାଚଂଳ ଖୁଲମ୍ ଖୁଲା

71

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)-  ସାରା ରାଜ୍ୟରେ ତୃତୀୟ ପାଳି ତାଲା ବନ୍ଦ ନୟାଗଡ ଜିଲ୍ଲା ରଣପୁର ବିଜ୍ଞପିତ ଅଂଚଳ ପରିଷଦ ରେ ପ୍ରଭାବ ଦେଖିବାକୁ ମିଳିଛି । ଦିନ ୧୧ଟା ପରେ ରଣପୁର ବଡ ଦାଣ୍ଡ ଦୋକାନ ବଜାର ଶୁନ୍ ଶାନ୍ ହୋଇପଡିଥିବା ଦେଖିବାକୁ ମିଳିଛି । କିନ୍ତୁ ଏଥିସହ ରଣପୁର ରେ କରୋନା ସଂକ୍ରମଣ କମିବାର ନାଁ ଧରୁନି । ଜୁନ୍ ୧ ତାରିଖ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କ ସୂଚନା ଅନୁଯାୟୀ ୫୧ ଜଣଙ୍କ ର ଆଣ୍ଟିଜେନ୍ ଓ ୫ ଜଣଙ୍କ ର ଆର୍ଟିଫିସିଆଲ୍ ପରୀକ୍ଷଣ କରାଯାଇଥିଲା । ସେଥି ମଧ୍ୟରୁ ଆଣ୍ଟିଜେନ୍ ପରୀକ୍ଷଣରେ ୧୫ ଜଣ କରୋନା ସଂକ୍ରମିତ ଥିବା ଜଣାପଡିଛି । ୧୫ ଜଣ ଙ୍କ ମଧ୍ୟରୁ ରଣପୁର ର ୩ ଜଣ ଥିବା ବେଳେ  ୧୨ ଜଣ ହେଉଛନ୍ତି ଗ୍ରାମାଚଂଳର । ରଣପୁର ଥାନା ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଅମାନିଆଁ ଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ ।

ରଣପୁର ଥାନା ଅଂଚଳ ବିରାଟ ଅଂଚଳ ହୋଇଥିବା ବେଳେ କର୍ମଚାରୀ ଓ ପଇଁତରା ଗାଡି ର ଅଭାବ ଯୋଗୁଁ ଗ୍ରାମାଚଂଳରେ ପୋଲିସ୍ ପହଂଚି ପାରୁ ନ ଥିବା ଅଭିଯୋଗ ହେଉଛି । ଯାହାଫଳରେ ଗ୍ରାମାଚଂଳରେ ପୋଲିସ୍ ପଇଁତରା ର ଅଭାବ ଯୋଗୁଁ  ଦିନ ରାତି ରାସନ ଦୋକାନଠାରୁ ଆରମ୍ଭ କରି ସମସ୍ତ ଦୋକାନ ଖୋଲା ରହି ବିକ୍ରି ବଟା ଚାଲିଛି ।  ଗ୍ରାମାଚଂଳ ଦୋକାନ ମାନଙ୍କ ରେ ପ୍ରବଳ ଭିଡ ସାଙ୍ଗକୁ କୋଭିଡ୍ କଟକଣାର ଅଭାବ ପରିଲକ୍ଷିତ ହେଉଛି । ଯାହା ଫଳରେ ଗ୍ରାମାଚଂଳରେ କରୋନା ସଂକ୍ରମିତ ବଢିବା ରେ ଲାଗିଛି । ଜିଲ୍ଲା ପୋଲିସ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରଣପୁର ଥାନାକୁ ଅଧିକ ପଇଁତରା ଗାଡି ଓ ଅଧିକ କର୍ମଚାରୀ ଯୋଗାଇଲେ ଗ୍ରାମାଚଂଳରେ କୋଭିଡ୍ କଟକଣାକୁ ବେଖାତିର୍ କରୁଥିବା ଅମାନିଆଁ ମାନେ ସାବାଡ୍ ହେବା ସହ ଗ୍ରାମାଚଂଳରୁ କରୋନା ସଂକ୍ରମଣ କମିବ ବୋଲି ବୁଦ୍ଧିଜୀବି ମାନେ କୁହନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.