Home ଓଡ଼ିଶା ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

91

ଭୁବନେଶ୍ୱର ୨୮-୬ (ଓଡ଼ିଆ ପୁଅ) : ଓଡ଼ିଶାବାସୀଙ୍କ ଆଶାନୁରୂପ ବଜେଟ, ପୂର୍ଣ୍ଣାଙ୍ଗ ବଜେଟ ପ୍ରତିଫଳିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ବଜେଟରେ ‘କାଳିଆ’ ଯୋଜନା ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି। କାଳିଆ ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଭୂମିଦୀନ ଶ୍ରମିକ ଏବଂ ଭାଗଚାଷୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ବଜେଟରେ ସ୍ଥାନ ଦିଆଯାଇଛି। କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀ ଉପକୃତ ହେବେ।

ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ ସହାୟତା ପାଇପାରିବେ, ଯାହାକି ଦେଶରେ ସର୍ବାଧିକ ବୋଲି ନବୀନ କହିଛନ୍ତି। ମୁକ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ଫନି ପରେ ପୁନରୁଦ୍ଧାର କାର୍ଯ୍ୟ ନେଇ ଅତ୍ୟନ୍ତ ଖୁସି ଅନୁଭବ କରୁଛି। ଓଡ଼ିଆ ବିଶ୍ୱବଦ୍ୟାଳୟ ପାଇଁ ବଜେଟକୁ ଗୁରୁତ୍ୱ ଦିଆଯାଇଛି। ଜଗା ମିଶନରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗ୍ରାମ ପଞ୍ଚାୟତ ସ୍ତରରେ ମିଶନ ଶକ୍ତିଘର ପାଇଁ ୩୦ କୋଟି ଟଙ୍କାର ବ୍ୟୟ ବରାଜ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.