Home Coronavirus Outbreak ୬୫୦ ଶଯ୍ୟା ବିଶିଷ୍ଟ ଦୁଇଟି ସ୍ବତନ୍ତ୍ର କୋଭିଡ୍-୧୯ ହସ୍‌ପିଟାଲ୍‌ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

୬୫୦ ଶଯ୍ୟା ବିଶିଷ୍ଟ ଦୁଇଟି ସ୍ବତନ୍ତ୍ର କୋଭିଡ୍-୧୯ ହସ୍‌ପିଟାଲ୍‌ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

406

ଭୁବନେଶ୍ୱର : ୦୨ ଅପ୍ରେଲ, ୨୦୨୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏବଂ ଭୁବନେଶ୍ୱରରେ ୬୫୦ ଶଯ୍ୟା ବିଶିଷ୍ଟ ଦୁଇଟି ସ୍ବତନ୍ତ୍ର କୋଭିଡ୍-୧୯ ହସ୍‌ପିଟାଲ୍‌ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଡାକ୍ତର ଏବଂ ପାରାମେଡିକାଲମାନଙ୍କ ସହିତ ବାର୍ତ୍ତାଳାପ କରିବା ସହ ସେମାନଙ୍କ ଉତ୍ସର୍ଗୀକୃତ ଅବଦାନକୁ ପ୍ରଶଂସା କରିଛନ୍ତି। ସେ ମଧ୍ୟ ସହଯୋଗୀ ସଂସ୍ଥା କିମ୍ ଏବଂ ଅଶ୍ୱିନୀ ହସ୍‌ପିଟାଲ୍‌କୁ ଅଭିନନ୍ଦନ ଜଣାଇଛନ୍ତି। କିମ୍ ସ, ଭୁବନେଶ୍ୱର ଏବଂ ଅଶ୍ବିନୀ ହସ୍‌ପିଟାଲ, କଟକ ଉଭୟ ଯଥାକ୍ରମେ ୫୦୦ ଏବଂ ୧୫୦ ଶଯ୍ୟା କ୍ଷମତା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍-୧୯ ହସ୍‌ପିଟାଲ୍ ପ୍ରସ୍ତୁତ କରିଛନ୍ତି। ଓଡ଼ିଶା ଖଣି ନିଗମ ସହାୟତାରେ ଏହି ଦୁଇଟି ହସ୍‌ପିଟାଲ୍ ପ୍ରସ୍ତୁତ କରାଯାଇଛି। କୋଭିଡ଼-୧୯ର ମୁକାବିଲା ଏବଂ ଆକ୍ରାନ୍ତଙ୍କୁ ସବୁପ୍ରକାର ଚିକିତ୍ସା ସହାୟତା ଯୋଗାଇଦେବା ନିମନ୍ତେ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିଲେ ମଧ୍ୟ ସାମାଜିକ ଦୂରତ୍ଵ, ନିୟମିତ ହାତଧୁଆ ଏବଂ ଲକ୍ ଡାଉନ୍ ନିୟମାବଳୀର କଡ଼ାକଡ଼ି ଅନୁପାଳନ ମାଧ୍ୟମରେ କରୌନାକୁ ପ୍ରତିହତ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକଟ କରିଛନ୍ତି। ଏହି ହସ୍ପିଟାଲ୍ ଦୁଇଟିରେ ରୋଗୀମାନଙ୍କୁ ଚିକିତ୍ସା, ଖାଦ୍ୟପେୟ ଓ ରହିବା ସୁବିଧା ବିନାଦେୟରେ ଉପଲବ୍ଧ ହେବ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି। ଏ ନେଇ ସୁବ୍ରତ ବାଗଚି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.