Home Coronavirus Outbreak ଲକ୍ ଡାଉନ୍ ସମୟରେ ୟୁନିସେଫ୍ ସହଯୋଗରେ ଓଡ଼ିଶା ସରକାରଙ୍କ ‘ମୋ ପ୍ରତିଭା’ ଶୀର୍ଷକ ଅନ୍‌ଲାଇନ୍ ପ୍ରତିଯୋଗିତା

ଲକ୍ ଡାଉନ୍ ସମୟରେ ୟୁନିସେଫ୍ ସହଯୋଗରେ ଓଡ଼ିଶା ସରକାରଙ୍କ ‘ମୋ ପ୍ରତିଭା’ ଶୀର୍ଷକ ଅନ୍‌ଲାଇନ୍ ପ୍ରତିଯୋଗିତା

190

ଭୁବନେଶ୍ୱର : ୦୨ ଅପ୍ରେଲ, ୨୦୨୦ (ଓଡ଼ିଆ ପୁଅ) କରୋନା ଭୂତାଣୁ ରୋଗ (କୋଭିଡ଼–୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ମଧ୍ୟରେ ଲକ୍ ଡାଉନ୍ ସମୟରେ ଶିଶୁ ଓ କିଶୋରମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା ତଥା ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ୟୁନିସେଫ୍ ସହଯୋଗରେ ଓଡ଼ିଶା ସରକାର ‘ମୋ ପ୍ରତିଭା’ ଶୀର୍ଷକ ଏକ ଅନ୍‌ଲାଇନ୍ ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ବୋଲି ମୁଖପାତ୍ର ସୁବ୍ରତ ବାଗଚୀ ପ୍ରକାଶ କରିଛନ୍ତି। ୫-୧୮ ବର୍ଷ ବୟସର ଶିଶୁ କିଶୋରମାନଙ୍କ ମଧ୍ୟରେ ‘ଲକ୍ ଡାଉନ୍ ସମୟରେ ଗୃହ ଭିତରେ ରହିବାର ଅନୁଭବ’ ଓ ଜଣେ ଯୁବ ନାଗରିକ ହିସାବରେ କୋଭିଡ୍-୧୯ ସମୟରେ ମୋର କର୍ତ୍ତବ୍ୟ ପ୍ରସଙ୍ଗ ଉପରେ ଚିତ୍ରକଳା, ପୋଷ୍ଟର, ସ୍ଲୋଗାନ୍, କ୍ଷୁଦ୍ରଗଳ୍ପ ଓ କବିତା ରଚନା ପ୍ରତିଯୋଗିତା କରାଯିବ। ପ୍ରତିଯୋଗିତାର ବିଜେତାମାନଙ୍କୁ ମାନପତ୍ର ମିଳିବା ସହିତ ଶ୍ରେଷ୍ଠ ବିବେଚିତ ପ୍ରସଙ୍ଗଗୁଡ଼ିକ ସୂଚନା-ପ୍ରଚାର ଅଭିଯାନରେ ବ୍ୟବହୃତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.