Home Top News କ୍ୟାବିନେଟ୍ ବୈଠକ ଓ ମନ୍ତ୍ରୀ ପରିଷଦ ବୈଠକ ଶେଷ – ୧ ଲକ୍ଷ ୭୦ ହଜାର...

କ୍ୟାବିନେଟ୍ ବୈଠକ ଓ ମନ୍ତ୍ରୀ ପରିଷଦ ବୈଠକ ଶେଷ – ୧ ଲକ୍ଷ ୭୦ ହଜାର କୋଟିର ବଜେଟକୁ ମିଳିଲା ମଞ୍ଜୁରୀ, ୮ଟି ପ୍ରକଳ୍ପ ପାଇଁ ୧୨୪୨ କୋଟି ଟଙ୍କା ଅନୁମୋଦନ

51

ଭୁବନେଶ୍ୱର, ୯ା୨ (ଓଡ଼ିଆ ପୁଅ) : ଆଜି ସଂନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ମନ୍ତ୍ରୀପରିଷଦ ବୈଠକରେ ୨୦୨୧-୨୨ ବର୍ଷର ରାଜ୍ୟ ବଜେଟକୁ ମଞ୍ଜୁରୀ ମିଳିଛି। ଚଳିତ ବର୍ଷ ୧ ଲକ୍ଷ ୭୦ ହଜାର କୋଟିର ବଜେଟକୁ ମଞ୍ଜୁରୀ ମିଳିଛି। ପୂର୍ବବର୍ଷ ବଜେଟ୍ ୧ ଲକ୍ଷ ୫୦ ହଜାର କୋଟି ରହିଥିଲା। ଆସନ୍ତା ୨୨ ତାରିଖରେ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି।

ଆସନ୍ତା ୧୮ ରୁ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ। ବିଧାନସଭାରେ ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଚଳିତବର୍ଷର ବଜେଟ ଅଧବେଶନ ଆରମ୍ଭ ହୋଇ ୨୨ ତାରିଖରେ ଗୃହରେ ଉପସ୍ଥାପନା ୨୦୨୧-୨୨ର ଆର୍ଥିକ ବର୍ଷର ରାଜ୍ୟ ବଜେଟ।

ଗତଥରର ବଜେଟ୍ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୧୧.୧ ପ୍ରତିଶତ ଅଧିକ ଥିଲା। କୋଭିଡ୍ ମହାମାରୀ ସତ୍ତ୍ୱେ ଚଳିତଥର ରାଜ୍ୟ ବଜେଟର ପରିମାଣ ବଢ଼ିଛି। ବଜେଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ବିଶେଷ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଉଛି। ଏଥିସହ ସରକାର କୃଷି ଓ ଶିକ୍ଷାକ୍ଷେତ୍ରରେ ଗତବର୍ଷ ଅପେକ୍ଷା ଅଧିକ ବ୍ୟୟ ବରାଦ କରିପାରନ୍ତି ବୋଲି ଆଶା କରାଯାଉଛି।

୮ଟି ପ୍ରକଳ୍ପ ପାଇଁ ୧୨୪୨ କୋଟି
ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସରକାର ୨୭ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ବୈଠକରେ ସରକାର କେବଳ ୮ଟି ପ୍ରକଳ୍ପ ପାଇଁ ୧୨୪୨ କୋଟି ଟଙ୍କା ଅନୁମୋଦନ ଦେଇଛନ୍ତି। ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆଶା କାରାଯାଉଛି।

ସୂଚନା ଅନୁଯାୟୀ ବୈଠକରେ ୮ଟି ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଖବର ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର କାଲୁଙ୍ଗାରେ ୬୭ କୋଟି ବ୍ୟୟରେ ଆଇରନ ପାଉଡର ପ୍ଲାଣ୍ଟ ନିର୍ମାଣ କରାଯିବ। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଓରିକନ ପକ୍ଷରୁ ୧୨୦ କୋଟି ବ୍ୟୟରେ ଖାଦ୍ୟ ପାନୀୟ ପ୍ରକଳ୍ପ, ଖୋର୍ଦ୍ଧାର ଇନଫୋ ଭ୍ୟାଲିରେ ୬୭ କୋଟି ବ୍ୟୟରେ ସୋଲାର ପ୍ୟାନେଲ କାରଖାନା, ଟାଙ୍ଗୀ-ଚୌଦ୍ୱାରରେ ୧୧୦ କୋଟି ବ୍ୟୟରେ ଲଜିଷ୍ଟିକ ପାର୍କ, ପୁରୀ କୃଷ୍ଣପ୍ରସାଦରେ ୪୬୦ କୋଟି ବ୍ୟୟରେ ହେଭି ବିଚ୍ ସ୍ୟାଣ୍ଡ ପ୍ରକଳ୍ପ, ପୁରୀରେ ପ୍ରଭାତ ହସ୍ପିଟାଲିଟି ପକ୍ଷରୁ ୧୩୫ କୋଟି ବ୍ୟୟରେ ୫ ଷ୍ଟାର ହୋଟେଲ, ପୁରୀରେ ସ୍ୱସ୍ତି ପକ୍ଷରୁ ୧୩୪ କୋଟି ବ୍ୟୟରେ ପଞ୍ଚତାରକା ରିସର୍ଟ, ଭୁବନେଶ୍ୱରରେ ଇଡେନ ରକ୍ ପକ୍ଷରୁ ୧୧୭ କୋଟି ବ୍ୟୟରେ ୪ଷ୍ଟାର ହୋଟେଲ ନିର୍ମାଣ କରାଯିବ। ମୋଟ ୧୨୪୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯିବା ସହ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି। ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.