Home Top News ୨୦୧୯-୨୦ ନବମ ଶ୍ରେଣୀର ଓଡିଆ ମାଧ୍ୟମ ସମସ୍ତ ଛାତ୍ରଛାତ୍ରୀ ୨୦୨୧ ମଇ ମାସରେ ମାଟ୍ରିକ ସାର୍ଟିଫିକେଟ୍...

୨୦୧୯-୨୦ ନବମ ଶ୍ରେଣୀର ଓଡିଆ ମାଧ୍ୟମ ସମସ୍ତ ଛାତ୍ରଛାତ୍ରୀ ୨୦୨୧ ମଇ ମାସରେ ମାଟ୍ରିକ ସାର୍ଟିଫିକେଟ୍ ପରୀକ୍ଷା ଦେଇପାରିବେ

69

ଭୁବନେଶ୍ୱର,୦୯.୦୨ (ଓଡ଼ିଆ ପୁଅ) ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମଇ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ସାର୍ଟିଫିକେଟ୍ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ହେବ।

ସୂଚନାଯୋଗ୍ୟ ଯେ କୋଭିଡ ଯୋଗୁଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା। ତେଣୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇପାରି ନ ଥିଲା। ପରବର୍ତ୍ତୀ ସମୟରେ ୨୦୨୧ ଜାନୁଆରୀରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ପାଇଁ କୋଭିଡ ନିୟମାବଳୀ ପାଳନ କରି ସ୍କୁଲ ଖୋଲାଯାଇଛି। ତଥାପି ପିଲାମାନଙ୍କର ମାନସିକ ଚାପକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପିଲାମାନଙ୍କ ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କ doubt clear ପାଇଁ ସ୍ବତନ୍ତ୍ର କ୍ଲାସ ମଧ୍ୟ ବିଦ୍ୟାଳୟ ସ୍ତରରେ କରାଯିବ।

ସେହିପରି ୨୦୧୯-୨୦ ଶିକ୍ଷା ବର୍ଷରେ ରାଜ୍ୟରେ ଏକାଦଶ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୧ ମଇ ମାସରେ ଯୁକ୍ତ ଦୁଇ ପରୀକ୍ଷା ଦେଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.