Home Top News ଓଡ଼ିଶା ବିଜେପିର ହେବ ଓପନ୍ ହାର୍ଟ ସର୍ଜରୀ !

ଓଡ଼ିଶା ବିଜେପିର ହେବ ଓପନ୍ ହାର୍ଟ ସର୍ଜରୀ !

81

ଭୁବନେଶ୍ୱର: ଓଡ଼ିଶା ବିଜେପିର ହେବ ଓପନ୍ ହାର୍ଟ ସର୍ଜରୀ! ଖୁବ୍ ଶୀଘ୍ର ହେବ ଓଡ଼ିଶା ବିଜେପିର ନବ କଳେବର। ପ୍ରାୟ ୩/୪ ମାସ ବିତିଯାଇଥିଲେ ସୁଧା ନବନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ନୂଆ ଟିମ୍ ଘୋଷଣା କରିନାହାଁନ୍ତି। ସୂଚନା ମୁତାବକ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଏବଂ ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ପାର୍ଟିରେ ଆମୂଳଚୂଳ ପରିବର୍ତ୍ତନ ଚାହୁଁଛନ୍ତି। ଚାଟୁକାରୀ କରି ପୂର୍ବ ଟିମରେ ରହିଥିବା ଗୁଡ଼ାଏ ଅପଦାର୍ଥଙ୍କୁ ହଟାଇ ଟିମ୍ ପୂରା ନବକଳେବର କରାଯିବା ନେଇ ଯୋଜନା ଚାଲିଛି। କେନ୍ଦ୍ରରୁ ମଧ୍ୟ କୁଆଡ଼େ ଏଥିନେଇ ଗ୍ରୀନ୍ ସିଗ୍ନାଲ ମିଳିସାରିଛି। କିନ୍ତୁ, ଯାହାକୁ କୁଆଡ଼େ ଗ୍ରହଣ କରି ପାରୁନାହାଁନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଯାଏଁ ନିଜକୁ ଓଡ଼ିଶା ବିଜେପିର ମୁଣ୍ଡିଆଳ ବୋଲାଇ ଆସୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ସମର୍ଥକ ଗୋଷ୍ଠୀ ଏହାକୁ ଆଦୌ ହଜମ କରିପାରୁ ନାହାଁନ୍ତି। ନୂତନ ଟିମ୍ ଘୋଷଣା ଦିଗରେ ଆଡ଼ ସାଜିଛନ୍ତି ମନ୍ତ୍ରୀ। କିନ୍ତୁ, ସୂଚନା ମୁତାବକ ଯୋଜନା ଯାହା ଚାଲିଛି, ସେ ସବୁ କିଛି କାମ ଦେବନି। ଓଡ଼ିଶା ବିଜେପିର ହେବ ଓପନ୍ ହାର୍ଟ ସର୍ଜରୀ! ନବ କଳେବର ହେବ ଓଡ଼ିଶା ବିଜେପି!!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.