Home Top News ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ: ଆଗାମୀ ୩ ମାସ ପାଇଁ ପ୍ରସ୍ତୁତି ହେବ କାର୍ଯ୍ୟ ଖସଡ଼ା...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ: ଆଗାମୀ ୩ ମାସ ପାଇଁ ପ୍ରସ୍ତୁତି ହେବ କାର୍ଯ୍ୟ ଖସଡ଼ା ..

84

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ କରୋନା କଟକଣା କାରଣରୁ ଭିଡିଓ କନଫରେନ୍ସ (ଭର୍ଚୁଆଲ) ଜରିଆରେ ଆରମ୍ଭ ହୋଇଥିବା ଏହି ବୈଠକରେ ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା ପ୍ରଭାରୀ ଦୁର୍ଗାବତୀ ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମର, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ଡାଃ: ସମ୍ବିତ ପାତ୍ରଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସଦସ୍ୟା ଓ ଜିଲ୍ଲା ସଭାପତିମାନେ ଯୋଗଦେଇଛନ୍ତି। ବିଭିନ୍ନ ସତ୍ରରେ ଏହି ବୈଠକ ପର୍ଯ୍ୟାୟ କ୍ରମେ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଚାଲିଥିବା ଏହି ବୈଠକରେ ଦଳର ଆଗାମୀ ରଣନୀତି ଏବଂ ଚିଠା ପ୍ରସ୍ତାବ ଆଗତ ହେବ। ସୂଚନାଯୋଗ୍ୟ ଯେ, କାର୍ଯ୍ୟକାରିଣୀ ବୈଠକର ଅବ୍ୟବହିତ ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ନେଇ ଗତ କାଲି ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ଏବଂ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟ ପଦାଧିକାରୀ ମାନଙ୍କର ଏକ ବୈଠକ ଆୟୋଜିତ ହୋଇଥିଲା।
– @DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.