Home କୋରାପୁଟ କରୋନା ସୁରକ୍ଷା ଉପକରଣ ଆଶାକର୍ମି ନିଜେ କ୍ରୟ କରିବେ- କମଳା ବେହେରା , ରାଜ୍ୟ ସଭାପତି

କରୋନା ସୁରକ୍ଷା ଉପକରଣ ଆଶାକର୍ମି ନିଜେ କ୍ରୟ କରିବେ- କମଳା ବେହେରା , ରାଜ୍ୟ ସଭାପତି

63

କୋରାପୁଟ ୨୮-୦୬(ଓଡିଆ ପୁଅ /ରଂଜନ ଦାସ)କରୋନାରୁ ଆଶାକର୍ମିମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ସରକାର ପ୍ରତ୍ୟେକ ଆଶାକର୍ମିଙ୍କୁ  କରୋନା ସୁରକ୍ଷା ଉପକରଣ କ୍ରୟ ନିମନ୍ତେ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାରେ କାର୍ଯ୍ୟରତ ୨୬୨୬ ଜଣ ଆଶାକର୍ମିଙ୍କୁ ଗତମାସ ୨୮ ତାରିଖରେ ୧୦ ହଜାର ଟଙ୍କା ସେମାନଙ୍କ ନିଜସ୍ୱ ପାସବୁକକୁ ପ୍ରେରଣ କରିଥିଲେ ବୋଲି ଜଣାପଡିଛି ।କିନ୍ତୁ ଜିଲ୍ଲାର କେତେକ ସ୍ୱାସ୍ଥକେନ୍ଦ୍ର କର୍ତୂପକ୍ଷ  ଅକ୍ସିମିଟର ଓ ଥର୍ମାଲ ସ୍କାନର କ୍ରୟ କରି ଆଶାକର୍ମିଙ୍କୁ ଅର୍ଥ ମାଗୁଥିବା ଅଭିଯୋଗ ଆସିବା ପରେ ଆଜି ଓଡିଶା ରାଜ୍ୟ ଆଶାକର୍ମି ସଂଘ ସଭାପତି କମଳା ବେହେରା କୋରାପୁଟ ସିଡିଏମଓ ଡାକ୍ତର ମକରନ୍ଦ ବେଉରାଙ୍କୁ ଭେଟି ଆଶାକର୍ମିମାନେ କରୋନା ସୁରକ୍ଷା ଉପକରଣ ନିଜେ କ୍ରୟ କରିବେ ବୋଲି ଦାବି କରିଥିଲେ ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିବାରୁ କରୋନା ସୁରକ୍ଷା ଉପକରଣ ଆଶାକର୍ମିମାନେ ନିଜେ କ୍ରୟ କରିବେ ବୋଲି  ସିଡିଏମଓ ଡାକ୍ତର ବେଉରା ପ୍ରକାଶ କରିଛନ୍ତି ।ଯଦି କେହି ବାଧ୍ୟ କରନ୍ତି ତେବେ ଲିଖିତ ଭାବେ ଜଣାଇବାକୁ  ସେ ଉପସ୍ଥିତ ଆଶାକର୍ମିମାନଙ୍କୁ ସୂଚନା ଦେଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲା ବିଏମସି ସଂପାଦକ ବିରଂଚି ନାରାୟଣ ଷଡଙ୍ଗୀ ,ଲମତାପୁଟ ବ୍ଲକର ଆଶାକର୍ମି କବିତା ନାୟକ ,ବୋରିଗୁମ୍ମା ବ୍ଲକ ଆଶାକର୍ମି ଜିମି ଖରା ଓ କୋଟପାଡ ବ୍ଲକ ଆଶାକର୍ମି ମୁକ୍ତା ବିଷୋୟୀ ପ୍ରମୁଖ ଆଲୋଚନା ସମୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.