Home Coronavirus Outbreak ଗୋଟିଏ ଦିନ ପାଇଁ ବିଧାନସଭା ସଟଡ଼ାଉନ

ଗୋଟିଏ ଦିନ ପାଇଁ ବିଧାନସଭା ସଟଡ଼ାଉନ

91

ଭୁବନେଶ୍ୱର ୧୦-୭ (ଓଡ଼ିଆ ପୁଅ) ଗୋଟିଏ ଦିନ ପାଇଁ ବିଧାନସଭା ସଟଡ଼ାଉନ ହୋଇଛି। ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି।ସମ୍ପର୍କୀୟ ପଜିଟିଭ ଚିହ୍ନଟ ହେବା ପରେ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି।

ଶନିବାର ଓ ରବିବାର ଶଟଡାଉନ୍‌ ଥିବାରୁ ସୋମବାର ପରବର୍ତ୍ତୀ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯିବ। ସ୍ଥିତି ଦେଖି ଭିଡ଼ିଓ କନଫରେନ୍ସ ଜରିଆରେ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି କରୋନା ରେକର୍ଡ଼ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ୭୫୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୧,୯୫୬ରେ ପହଞ୍ଚିଛି।

ସେହିପରି କରୋନା ଯୋଗୁ ରାଜ୍ୟରେ ୫୬ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

ଅଧିବେଶନ ଚାଲୁ ନ ଥିଲେ ମଧ୍ୟ ବିଧାନସଭାର ଅନ୍ୟାନ୍ୟ ଅଫିସିଆଲ୍ କାମ ଚାଲୁଥିଲା କିନ୍ତୁ ଏବେ ବିଧାନସଭାର କର୍ମଚାରୀଙ୍କୁ ଛୁଟିରେ ରହିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.