ଭୁବନେଶ୍ୱର ୧୯-୩ (ଓଡ଼ିଆ ପୁଅ) : ଏଣିକି ୩ଟି ସେବା ପାଇଁ ଗୋଟିଏ ନମ୍ବର ୧୧୨। ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ପାଇଁ ୧୧୨। ୧୦୦, ୧୦୧, ୧୦୨, ୧୦୪, ୧୦୮ ଆଦି ନମ୍ବରକୁ ଏକୀଭୂତ କରାଯାଇ ଗୋଟିଏ ନମ୍ବରରେ ପରିଣତ କରାଯାଇଛି। ଭିଡିଓ କନଫରେନ୍ସିଂ ରେ ଏହି ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସାଧାରଣ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସହାୟତା ପହଞ୍ଚାଇବା ପ୍ରକ୍ରିୟାକୁ ସହଜ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।