Home ଓଡ଼ିଶା ପ୍ରଶାସନର ଅବହେଳା ଯୋଗୁଁ ବିପଦ ରେ ଅଙ୍ଗନାବାଡି ଶିଶୁ

ପ୍ରଶାସନର ଅବହେଳା ଯୋଗୁଁ ବିପଦ ରେ ଅଙ୍ଗନାବାଡି ଶିଶୁ

110

ନୟାଗଡ/୧୯/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ସୁଆଁସିଆ ସାହି ଅଙ୍ଗନାବାଡି କେନ୍ଦ୍ର ରେ ୨୦୧୨ ମସିହାରେ ୭ ଜଣ  ନିଷ୍ପାପ ଶିଶୁ ଙ୍କର କାନ୍ଥ ମାଡିବସି ମୃତ୍ୟୁ ଘଟିଥିଲା । ଏହା କେବଳ ଓଡିଶା ନୁହେଁ ସାରା ଭାରତ ରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଥିଲା । ସରକାରଙ୍କ ମୁଣ୍ଡରେ ଚେତା ପଶିବାରୁ ସରକାର ସବୁ ଅଙ୍ଗନାବାଡି କେନ୍ଦ୍ର ଗୁଡିକ ରେ ପକ୍କା ଗୃହ ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ । ସରକାଙ୍କ ସେହି ନିର୍ଦେଶ ବ୍ଲକ ର କନିଷ୍ଠଯନ୍ତ୍ରୀ ଙ୍କ କଲମ ମୁନ ତଳେ ଚାପି ହୋଇ ରହିଛି । ଯାହା ଫଳ ରେ ଅଙ୍ଗନାବାଡି କେନ୍ଦ୍ର ର ନିଷ୍ପାପ ଶିଶୁମାନେ କିଏ ଗଛମୂଳେ ତ ଆଉ କିଏ କାହା ଘର ବାରଣ୍ଡା ଦଦରା କାନ୍ଥ ମୂଲେ ବସି ପାଠ ପଢୁଥିବା ଦେଖିବାକୁ ମିଳୁଛି । ପୁଣି ସେଭଳି ଏକ ଦୁଃଖଦ ପରିସ୍ଥିତି ନ ଘଟିବ କିଏ କହି ପାରିବ ?  ସେଭଳି ଏକ ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ନାଥପୁର ମିନି ଅଙ୍ଗନାବାଡି କେନ୍ଦ୍ର ରେ । ରଣପୁର ବ୍ଲକ ରେ ୨୮୩ ଅଙ୍ଗନାବାଡି କେନ୍ଦ୍ର ଓ ୪୦ଟି ମିନି ଅଙ୍ଗନାବାଡି କେନ୍ଦ୍ର କାର୍ଯ୍ୟ କରୁଅଛି । ସବୁ ଅଙ୍ଗନାବାଡି କେନ୍ଦ୍ର କୁ ପକ୍କାଘର ନିର୍ମାଣ ପାଇଁ ଅର୍ଥ ର ବ୍ୟୟ ବରାଦ ସରିଛି ବୋଲି ବିଭାଗୀୟ ସୂତ୍ର ରୁ ପ୍ରକାଶ । ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ରେ ୩ ଗୋଟି ଅଙ୍ଗନାବାଡି କେନ୍ଦ୍ର ଓ ୫ ଗୋଟି ମିନି ଅଙ୍ଗନାବାଡି କେନ୍ଦ୍ର କାର୍ଯ୍ୟ କରୁଅଛି ।

ସେମଧ୍ୟରୁ ୩ ଗୋଟି ଅଙ୍ଗନାବଡି କେନ୍ଦ୍ରର ପକ୍କା ଗୃହ ନିର୍ମାଣ ସରିଅଛି କିନ୍ତୁ ନାଥପୁର ମିନି ଅଙ୍ଗନାବାଡି କେନ୍ଦ୍ର କୁ ମିଶାଇ ୫ ଗୋଟି ଜାଗାରେ କେଉଁଠି ଅଧାଘର ନିର୍ମାଣ ହୋଇଛି ତ ଆଉ କେଉଁଠି ମୂଳରୁ କାର୍ଯ୍ୟ ଆରମ୍ଭ ହୋଇନାହିଁ । ତେଣୁ କୋମଳ ମତି ଶିଶୁ ମାନେ ବିପଦ ଶଙ୍କୁଳ ଅବସ୍ଥାରେ କିଏ ଗଛଁ ମୂଳେ ତ ଆଉ କିଏ କାହା ଘର ବାରଣ୍ଡା କାନ୍ଥମୂଳେ ବସି ପାଠପଢୂଥିବା ଦେଖିବାକୁ ମିଳୁଛି । ୨୦୧୮-୧୯ ମସିହାରେ ନାଥପୁର ମିନି ଅଙ୍ଗନାବାଡି କେନ୍ଦ୍ର ପକ୍କାଗୃହ ନିର୍ମାଣ ପାଇଁ ମନରେଗା ଯୋଜନାରୁ ୫ ଲକ୍ଷ ଓ ମହିଳା ଶିଶୁ କଲ୍ୟାଣ ବିଭାଗ ରୁ ୨ ଲକ୍ଷ ସର୍ବମୋଟ ୭ ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ରଣପୁର ବ୍ଲକ କନିଷ୍ଠଯନ୍ତ୍ରୀ ଙ୍କ ନାମରେ କାର୍ଯ୍ୟାଦେଶ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା । କନିଷ୍ଠଯନ୍ତ୍ରୀ ବିନୋଦ ସେଠୀ ଏକ ପେଟି ଠିକାଦାର ମାଧ୍ୟମ ରେ ଗୃହନିର୍ମାଣ କାର୍ଯ୍ୟ କରୁଥିଲେ କିନ୍ତୁ ଗୃହ ଛାତ ପଡିଥିଲେ ମଧ୍ୟ କନିଷ୍ଠଯନ୍ତ୍ରୀ ବିନୋଦ ସେଠୀ ପେଟି ଠିକାଦାର ଙ୍କୁ ବିଲ୍ ନଦେବାରୁ କାର୍ଯ୍ୟ ଅଧାରେ ଅଟକି ରହିଛି । ମନରେଗା ଯୋଜନା ରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ସେମାନଙ୍କ ମଜୁରୀ ୫ ମାସ ହେଲା ପାଇନଥିବା ଅଭିଯୋଗ ହେଉଛି । ରଣପୁର ବ୍ଲକ ସାରା ବହୁ ଅଙ୍ଗନାବାଡି କେନ୍ଦ୍ର ଗୃହ ନିର୍ମାଣ କର୍ଯ୍ୟାଦେଶ କନିଷ୍ଠଯନ୍ତ୍ରୀ ମାନଙ୍କ ନାମରେ ରହି ପେଟି ଠିକାଦାର ମାନଙ୍କୁ ଠିକା ସମୟରେ ଅର୍ଥ ନଦେବାରୁ କାର୍ଯ୍ୟରେ ବିଳମ୍ବ ହୋଇ ଅଧା ପନ୍ତରିଆ ରେ ପଡିରହିଛି । ଅନ୍ୟପଟେ କୋମଳ ମତି ଶିଶୁ ମାନେ ବିପଦ ରେ । ଏ ସର୍ମ୍ପକେ ନୟାଗଡ  ଉପ ଜିଲ୍ଲାପାଳ  ଲଗ୍ନଜିତ୍ ରାଉତଙ୍କ ସହ ଯୋଗାଯୋଗ କରିବା ରେ କୁହନ୍ତି ଯେ ଏ ବିଷୟରେ ମୁଁ ତଦନ୍ତ କରି ଦେଖୁଛି କେତେ ଶ୍ରୀଘ୍ର ଶିଶୁ ମାନେ ନିରାପଦ ଗୃହ ରେ ପାଠପଢିବେ । ମହିଳା ଶିଶୁ ବିକାଶ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ କୋମଳ ମତି ଶିଶୁ ମାନଙ୍କୁ ବିପଦ ମୁକ୍ତ କରିବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.