Home Top News ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇ ପୁଣି ଫେରାଇନେଲେ ନୀତିଶ ଗଙ୍ଗଦେବ! ବିଜେଡି ବିଧାୟିକାଙ୍କୁ ବିଜେପି ସାଂସଦ ..

ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇ ପୁଣି ଫେରାଇନେଲେ ନୀତିଶ ଗଙ୍ଗଦେବ! ବିଜେଡି ବିଧାୟିକାଙ୍କୁ ବିଜେପି ସାଂସଦ ..

170

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହୋଇଥିବା ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମ୍ବଲପୁର ବିଜେପି ସାଂସଦ ନିତେଶ ଗଙ୍ଗଦେବ। ତେବେ ଶୁଭେଚ୍ଛା ଜଣାଇ ପୁଣି ସେହି ଶୁଭେଚ୍ଛାକୁ ଫେରାଇ ନେଇଛନ୍ତି ଗଙ୍ଗଦେବ! ନୀତିଶ ଗଙ୍ଗଦେବ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଫେସବୁକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୀପାଳିଙ୍କର ଏକ ଫଟୋ ପୋଷ୍ଟ୍ କରି କ୍ୟାପ୍ସନରେ ଲେଖିଥିଲେ, ଶୁଭେଚ୍ଛା ଏବଂ ବହୁତ ଶୁଭକାମନା ସୁଶ୍ରୀ ଦୀପାଳି ଜୀ’।ଝାରସୁଗୁଡ଼ା ଲୋକଙ୍କ ସେବା କରିବାରେ ମା’ ସମଲେଶ୍ବରୀ ଏବଂ ମା’ କନକ ଦୁର୍ଗା ଆପଣଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ତେବେ, ଏପରି ପୋଷ୍ଟ୍ କରିବାର କିଛି ସମୟ ପରେ ନୀତିଶ ଗଙ୍ଗଦେବ ଏହାକୁ ଡିଲିଟ୍ କିମ୍ବା ହାଇଡ୍ କରିଦେଇଛନ୍ତି। ଭିନ୍ନ ଦଳ ହେଲେ ମଧ୍ୟ ଶୁଭେଚ୍ଛା ଜଣାଇବା ସୌଜନ୍ୟତା ହୋଇପାରେ। କିନ୍ତୁ, କ୍ୟାପ୍ସନ୍ ଯାହା ଲେଖା ଯାଇଥିଲା ଏବଂ ନବୀନ ପଟ୍ଟନାୟକଙ୍କ ସହ ଥାଇ ଦୀପାଳିଙ୍କ ଫଟୋ ପୋଷ୍ଟ୍ କରି ଶୁଭେଚ୍ଛା ଜଣାଇବା ଏବଂ କିଛି ସମୟ ପରେ ଏହାକୁ ଡିଲିଟ୍ କିମ୍ବା ହାଇଡ୍ କରିଦେବା କିଛି ଭିନ୍ନ ସୂଚନା ଦେଉଛି କି?
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.