Home ଜିଲ୍ଲା ପରିକ୍ରମା ଭଦ୍ରକରେ ଦ୍ୱିତୀୟ ଲୋକ ଅଦାଲତ, ୨ କୋଟି ୪୯ ଲକ୍ଷ ୪୩ ହଜାର ଦୁଇଶହ ପାଞ୍ଚ...

ଭଦ୍ରକରେ ଦ୍ୱିତୀୟ ଲୋକ ଅଦାଲତ, ୨ କୋଟି ୪୯ ଲକ୍ଷ ୪୩ ହଜାର ଦୁଇଶହ ପାଞ୍ଚ ଟଙ୍କାରେ ୧୧୮୧ ଟି ମୋକଦ୍ଦମା ଆପୋଷ ସମାଧାନ

43

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦ୍ୱିତୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ମୋଟ ୨୪୯୪୩୨୦୫ ଟଙ୍କାରେ ୧୧୮୧ଟି ମୋକଦ୍ଦମାର ଆପୋଷ ସମାଧାନ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ବିଭିନ୍ନ ମୋଟର ଯାନ ଦୁର୍ଘଟଣା ଦାବି ଟ୍ରିବୁନାଲ ର ବିଚାରାଧିନ ଥିବା ୨୨ ଟି ମାମଲାର ୧୫୨୮୫୦୦୦ ଟଙ୍କାରେ, ୧୩୯ ଟି ମିଳାମିଶା ଯୋଗ୍ୟ ଫୌଜଦାରି, ୨୪ଟି ଚେକ ବୌନ୍ସ, ପୁନଃରୁଦ୍ଧାର ମାମଲା ୬୯୦୫୯୭୭ ଟଙ୍କାରେ, ୩୬ ଟି ବୈବାହିକ ବିବାଦ, ୭୮୭ ଟି ରାଜସ୍ୱ ମୋକଦ୍ଦମା, ୧୩୩୪୨୮ ଟଙ୍କାରେ, ୬ଟି ଉପଭୋକ୍ତା ବିବାଦ ମାମଲା, ୬୬ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କର ୧୬ଟି ବ୍ୟାଙ୍କ ଋଣ ମାମଲା ୨୪୫୧୨୯୫ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ର ଟେଲିଫୋନ ବିଲ ସମ୍ବନ୍ଧୀୟ ୫ଟି ମାମଲା ୭୬୬୭ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.