ଭୁବନେଶ୍ୱର/କଟକ: ନୂଆ ଟ୍ରାଫିକ୍ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ବୁଧବାର ଦିନ ଦ୍ଵେତ ନଗରୀ କଟକ – ଭୁବନେଶ୍ୱରରେ ବ୍ୟାପକ ଧରପଗଡ଼ ଚାଲିଥିଲା।ଦ୍ଵେତ ନଗରୀରେ ସମୁଦାୟ ୧୧୫୪ଟି ଟ୍ରାଫିକ ନିୟମ ଉଲଘଂନ ଅଭିଯୋଗ ଆସିଥିବା ବେଳେ ନିୟମ ଉଲଘଂନକାରୀଙ୍କ ଠାରୁ ୮ଲକ୍ଷ ୧୬ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।ନିୟମ ମାନିବାକୁ କମିଶନରେଟ୍ ପୋଲିସ୍ ପକ୍ଷରୁ ମୋଟର ଚାଳକ ମାନଙ୍କୁ ନିବେଦନ କରାଯାଇଛି।ଆମେ ଜୋରିମାନା ଆଦାୟ କରିବାରେ ଆନନ୍ଦିତ ନୁହଁ।କିନ୍ତୁ ଆଇନ୍ ଅନୁଯାୟୀ ଆମେ ଆମର କର୍ତ୍ତବ୍ୟ ପାଳନ କରିବାରେ ଅବହେଳା କରିବୁ ନାହିଁ ବୋଲି କହିଛି କମିଶନରେଟ୍ ପୋଲିସ୍।//ଦେବଦତ୍ତ ରଥ