Home ଓଡ଼ିଶା ଛାଡ଼ ହୋଇପାରେ କ୍ଷୁଦ୍ର ଋଣୀଙ୍କ ଋଣ – ଆସିୁଛି ଯୋଜନା!

ଛାଡ଼ ହୋଇପାରେ କ୍ଷୁଦ୍ର ଋଣୀଙ୍କ ଋଣ – ଆସିୁଛି ଯୋଜନା!

1481

ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) ଚାଷୀଙ୍କୁ ବିଭିନ୍ନ ଯୋଜନାରେ ଲାଭ ଦେବା ପରେ ଅନେକ ରାଜ୍ୟରେ ଆର୍ଥିକ ଅସୁବିଧାରେ ଥିବା କ୍ଷୁଦ୍ର ଋଣୀଙ୍କର ଋଣ ଛାଡ଼ ହୋଇପାରେ। ସରକାର ଦେବାଳିଆ ଆଇନ୍ ଅନ୍ତର୍ଗତ ‘ଛୋଟ ଏବଂ ଋଣ ବୋଝରେ କଷ୍ଟ ପାଉଥିବା କ୍ଷୁଦ୍ର ଋଣୀ’ମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଯୋଜନା ବନାଇବାକୁ ଯାଉଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଏହା ସୂଚନା ଜାତୀୟ ଗମମାଧ୍ୟମକୁ ଦେଇ କହିଛନ୍ତି କି ପ୍ରସ୍ତାବିତ ଋଣ ଛାଡ଼ ଦେବାଳିଆ ଏବଂ ଧନ ଶୋଧନ ସଂହିତା (ଆଇବିସି) ର ଅନ୍ତର୍ଗତ ‘ନୂତନ ପ୍ରରମ୍ଭ’ ପ୍ରାବଧାନ ଅନୁଯାୟୀ ଏହି ସୁବିଧା କରାଯିବ।

କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଇଂଜେତି ଶ୍ରୀନିବାସ ଗଣମାଧ୍ୟମ ଆଗରେ କହିଛନ୍ତି କି ଆର୍ଥିକ ରୂପରେ ଦୁର୍ବଳ (ଇଡବ୍ଲ୍ୟୁଏସ) ର ଛୋଟ ଏବଂ ଆର୍ଥିକ ଅସୁବିଧା ଭୋଗ କରୁଥିବା ଋଣୀକୁ ପ୍ରସ୍ତାବିତ ଆଶ୍ୱସ୍ତି ଦେବାର ମାନଦଣ୍ଡ ପ୍ରସ୍ତୁତ କରିବା ପାଇଁ ମାଇକ୍ରୋଫାଇନାନ୍ସ ଉଦ୍ୟୋଗଗୁଡ଼ିକ ସହିତ ବିଚାର-ବିମର୍ଶ ହୋଇଛି। ସେ ଜୋର ଦେଇକରି କହିଛନ୍ତି କି ବ୍ୟକ୍ତିଗତ ଦେବାଳିଆ କାରଣ ଅନୁଯାୟୀ ଇଡବ୍ଲ୍ୟୁଏସ ବର୍ଗରେ ସବୁଠାରୁ ଅଧିକ କଷ୍ଟ ପାଉଥିବା ଲୋକମାନଙ୍କୁ ଆଶ୍ୱସ୍ତି ମିଳିବ।

ସେ କହିଛନ୍ତି, ‘ଯଦି ଆପଣ ଥରେ ଏହି “ନୂତନ ପ୍ରାରମ୍ଭ”ର ଲାଭ ଉଠାଇଥାନ୍ତି ତେବେ ଆପଣଙ୍କୁ ପାଞ୍ଚ ବର୍ଷ ପାଇଁ ଏହାର ଲାଭ ମିଳିବ ନାହିଁ। ଆମେ ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ଗୁଡ଼ିକର ସନ୍ତୁଷ୍ଟି ପାଇଁ ସମସ୍ତ ସର୍ତ୍ତ ଉପରେ କାମ କରୁଛୁ।’

ଶ୍ରୀ ନିବାସ ଏକ ସାକ୍ଷାତକାରରେ କହିଛନ୍ତି, ‘ଏହା ଏକ ହେୟାର କଟ ସମାନ ହେବ। ରାଷ୍ଟ୍ରୀୟ ସ୍ତରରେ ତିନି ବର୍ଷର ଅବଧି ପାଇଁ ଏହା ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ ନାହିଁ।’

ଶ୍ରୀନିବାସ କହିଲେ, ‘ଆମର ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ସହିତ ଚର୍ଚ୍ଚା ହୋଇଛି ଏବଂ ତାଙ୍କ ଚିନ୍ତା ଉପରେ ମଧ୍ୟ ଚିନ୍ତା କରାଯାଉଛି। ଆମର ମାଇକ୍ରୋଫାଇନାନ୍ସ ଉଦ୍ୟାଗଗୁଡ଼ିକୁ ଧ୍ୱସ୍ତ କରିବାର ଇଚ୍ଛା ନାହିଁ।’

 

‘ନୂତନ ପ୍ରାରମ୍ଭ’ ରେ ଥିବା କେତେକ ସର୍ତ୍ତ

ଆଇବିସି ଅନୁଯାୟୀ ‘ନୂତନ ପ୍ରାରମ୍ଭ’ ପାଇଁ ସର୍ତ୍ତ ଗୁଡ଼ିକ
– କ୍ଷୁଦ୍ର ଋଣୀର ବାର୍ଷିକ ଆୟ ୬୦,୦୦୦ ଟଙ୍କାରୁ ଅଧିକ ହୋଇନଥିବ।
– କ୍ଷୁଦ୍ର ଋଣୀର ସଂପତ୍ତିର ସର୍ବମୋଟ ମୂଲ୍ୟ ୨୦ ହଜାର ଟଙ୍କା ହୋଇଥିବ।
– ଏବଂ ଋଣ ଛାଡ଼ ପାଇଁ କରଜ ୩୫ ହଜାର ଟଙ୍କାରୁ ଅଧିକ ହୋଇନଥିବ।
– ତା’ ସହିତ ଏହି ବ୍ୟକ୍ତିର ନିଜର ଆବାସ ମଧ୍ୟ ନଥିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.