Home Top News ଡି. ପୁରନ୍ଦେଶ୍ୱରୀଙ୍କ ଓଡ଼ିଶା ଗସ୍ତ: ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ; ପରୀ ପରିବାରକୁ ଭେଟିବେ, ବ୍ୟାପକ...

ଡି. ପୁରନ୍ଦେଶ୍ୱରୀଙ୍କ ଓଡ଼ିଶା ଗସ୍ତ: ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ; ପରୀ ପରିବାରକୁ ଭେଟିବେ, ବ୍ୟାପକ ସାଙ୍ଗଠନିକ ବୈଠକ

52

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ମହାସଚିବ ତଥା ବିଜେପି ଓଡ଼ିଶା ପ୍ରଭାରୀ ଡି ପୁରେନ୍ଦଶ୍ୱରୀ। ତାଙ୍କର ଏହି ଗସ୍ତ କାଳରେ ସେ ରାଜ୍ୟ ବିଜେପିର କୋର୍ କମିଟି, ନିର୍ବାଚିତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀ ଆଦି ମାନଙ୍କର ପର୍ଯ୍ୟାୟ କ୍ରମେ ବୈଠକ କରି ଚର୍ଚ୍ଚା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଆଜି ପୁରନ୍ଦେଶ୍ୱରୀଙ୍କ ନୟାଗଡ଼ ଗସ୍ତ କରି ପରୀ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ପୁରନ୍ଦେଶ୍ୱରୀ ପ୍ରଥମ ଥର ଓଡ଼ିଶା ଆସିଛନ୍ତି। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ଉପାଧ୍ୟକ୍ଷ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର ଏବଂ ନିକୁଞ୍ଜ କିଶୋର ପଟ୍ଟନାୟକ ଆଦିଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ପୁରନ୍ଦେଶ୍ୱରୀଙ୍କ ଭବ୍ୟ ସ୍ୱାଗତ କରିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ କିଛି ନକହି ରାଜ୍ୟର ବରିଷ୍ଠ ନେତାମାନଙ୍କ ସହ ଏବଂ ସାଙ୍ଗଠନିକ ସ୍ତରରେ ଆଲୋଚନା ପରେ ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବେ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.