Home Top News ଏଣିକି ବାପା ମା’ଙ୍କ ଧ୍ୟାନ ନ’ରଖିଲେ ସମ୍ପତ୍ତିରୁ ହେବେ ବେଦଖଲ୍

ଏଣିକି ବାପା ମା’ଙ୍କ ଧ୍ୟାନ ନ’ରଖିଲେ ସମ୍ପତ୍ତିରୁ ହେବେ ବେଦଖଲ୍

77

ନୂଆଦିଲ୍ଲୀ: ଏଣିକି ବାପା ମା’ଙ୍କ ଧ୍ୟାନ ନ’ରଖିଲେ ସମ୍ପତ୍ତିରୁ ହେବେ ବେଦଖଲ୍ ହେବେ ସନ୍ତାନ। ‌ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିରାଶ୍ରୟ ବାପା, ମା’ଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନିୟମ ଲାଗୁ ହେବା ପରେ ବାପା,ମା’ଙ୍କୁ ବୃଦ୍ଧାବସ୍ଥାରେ ହଇରାଣ କରୁଥିବା ପିଲାମାନେ ଉଚିତ୍ ଶିକ୍ଷା ପାଇବେ। ବୃଦ୍ଧ ବାପା, ମା’ ମାନଙ୍କ ସୁବିଧା ପାଇଁ ଏହି ନିୟମ କରାଯାଉଛି। ବାପା, ମା’ଙ୍କର ଠିକ୍‌ ଭାବେ ଧ୍ୟାନ୍‌ ନେଉନ’ଥିବା ପିଲାମାନଙ୍କର ସେମାନଙ୍କ ପୈତୃକ ସଂପତ୍ତିରେ କୌଣସି ଅଧିକାର ରହିବନି ବୋଲି ଯୋଗୀ ନିୟମ କାଢ଼ିବେ। ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଓକିଲଙ୍କ ପରାମର୍ଶ ନେବା ପରେ ଏହି ନୂଆ ନିମୟାବଳୀକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହି ନିୟମରେ ବୃଦ୍ଧ ବାପାମାଆଙ୍କୁ ହଇରାଣ କରୁଥିବା ପୁତ୍ର, ବଧୂ କିମ୍ବା ସେମାନଙ୍କ ସଂପର୍କୀୟଙ୍କୁ ସଂପତ୍ତିରୁ ବେଦଖଲ କରିବା ପ୍ରକ୍ରିୟା ଦେଖିବାକୁ ମିଳିବ। ୩୦ ଦିନ ଭିତରେ ପିଲାମାନଙ୍କୁ ସଂପତ୍ତିରୁ ବେଦଖଲ କରାଯିବ। ଏହି ପ୍ରକ୍ରିୟା ପାଇଁ ପୁଲିସ୍‌ ବୃଦ୍ଧ ମାତାପିତାଙ୍କୁ ସାହାଯ୍ୟ କରିବ।ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ୨୦୧୪ ମସିହାରେ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ନିୟମାବଳୀ ତିଆରି ହୋଇଥିଲା। ଏହା ୨୦୦୭ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ହୋଇଥିବା ମାତା- ପିତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ ଉପରେ ଆଧାରିତ। ଏହି ନିୟମ ଅନୁସାରେ, ପିଲାମାନଙ୍କଠାରୁ କୌଣସି ସୁବିଧା ପାଉନଥିବା ବରିଷ୍ଠ ନାଗରିକ ମାନେ ସେମାନଙ୍କ ପିଲାମାନଙ୍କୁ ସଂପତ୍ତିରୁ ବେଦଖଲ କରିବା ପାଇଁ ଆବେଦନ କରିପାରିବେ। ବୃଦ୍ଧ ପିତାମାତା ଆବେଦନ କରିବାର ମାସକ ଭିତରେ ସେମାନଙ୍କ ପିଲାମାନଙ୍କୁ ସଂପତ୍ତିରୁ ବେଦଖଲ କରି ଦିଆଯିବ।
-/DevDRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.